ନରସିଂହପୁର ( ସଂଘର୍ଷ ମିଡିଆ ) : ଗତକାଲି କଟକ ଜିଲ୍ଲାର ଏକ ଅଗ୍ରଣୀ ମହାବିଦ୍ୟାଳୟ ରୂପେ ମାନ୍ୟତା ପ୍ରାପ୍ତ ନରସିଂହପୁର ମହାବିଦ୍ୟାଳୟ ତାର ୪୩ତମ ପ୍ରତିଷ୍ଟା ଦିବସକୁ ସରକାରଙ୍କର କୋଭିଡ୍-୧୯ କଟକଣା ମଧ୍ୟରେ ପାଳନ କରାଯାଇଅଛି । ଏହି ପ୍ରତିଷ୍ଠା ଦିବସ ପାଳନ ଅବସରରେ ମହାବିଦ୍ୟାଳୟରେ ନୂତନଭାବେ ନିର୍ମିତ SAMS LAB ଏବଂ Guest Room ସହିତ Guard Room ର ମଧ୍ୟ ଉଦଘାଟନ କରାଯାଇଅଛି। ଉତ୍ସବରେ ପୌରହିତ୍ୟ କରିଥିଲେ ପରିଚାଳନା କମିଟିର ସଭାପତି ଏବଂ ଆଠଗଡ ସବ୍ କଲେକ୍ଟର ଶ୍ରୀଯୁକ୍ତ ଅଜାମ୍ବର ମହାନ୍ତି। ମୂଖ୍ୟ ଅତିଥି ଏବଂ ମୂଖ୍ୟ ଉଦଘାଟକ ଥିଲେ ବଡ଼ମ୍ବାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦେବୀପ୍ରସାଦ ମିଶ୍ର ଏବଂ ସମ୍ମାନିତ ଅତିଥି ଥିଲେ ସ୍ଥାନୀୟ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମିଶ୍ର।ମାତ୍ର ଉଚଶିକ୍ଷା ମନ୍ତ୍ରୀ ଚର୍ଚ୍ଚାରେ ଥିଲା ବେଳେ ଶ୍ରୀଯୁକ୍ତ ଅରୁଣ ସାହୁଙ୍କ ନାମ ଫଳକ ରେ ନାମ ଥିଲା ବେଳେ ମନ୍ତ୍ରୀ ଆସି ପାରି ନଥିଲେ।ନରସିଂହପୁର ବାସୀ ହତାଶ ହୋଇଥିଲା ବେଳେ ମନ୍ତ୍ରୀ କାହିଁକି ପ୍ରତିଷ୍ଠା ଉତ୍ସବ ଆସି ପାରି ନଥିଲେ। ସେ ନେଇ ନରସିଂହପୁର ରେ ଚର୍ଚ୍ଚା ଚାଲିଛି ଏହି ଉତ୍ସବ ନରସିଂହପୂର ମହାବିଦ୍ୟାଳୟର ଇତିହାସରେ ପ୍ରଥମ ନହୋଇଥିଲେ ବି ଚଳିତଵର୍ଷ ଏହାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ମେଘନାଦ ସାହୁ ଖୁବ୍ ନିଷ୍ଠା ଏବଂ ଉଦ୍ଦୀପନାର ସହିତ ପାଳନ କରିଥିଲେ। ଏହି ଉତ୍ସବରେ ସେ ମହାବିଦ୍ୟାଳୟର ଦୀର୍ଘ ତେୟାଳିଶୀ ବର୍ଷର ଇତିହାସରେ ବିଭିନ୍ନ ସମୟରେ ବିଭିନ୍ନ ପଦପଦବୀ ମଣ୍ଡନ କରିଥିବା ପରିଚାଳନା କମିଟିର ପ୍ରାକ୍ତନ ସଭାପତି, ସମ୍ପାଦକ ଏବଂ ଅଧ୍ୟକ୍ଷ ମାନଙ୍କୁ ସମ୍ମାନିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଉପଢୌକନ ଏବଂ ଉତ୍ତରୀୟ ପ୍ରଦାନ କରିଥିଲେ। ଏହି ଉତ୍ସବଟି ଏପରି ବଡ଼ ଆକାରରେ ଏବଂ କୋଭିଡ୍-୧୯ କଟକଣା ଅନୁଯାୟୀ ପାଳନ କରିଥିବାରୁ ସମସ୍ତ ଅତିଥି ବର୍ଗ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ମେଘନାଦ ସାହୁଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଅଧ୍ୟକ୍ଷ ମହୋଦୟ ଅତିଥି ମାନଙ୍କୁ ସ୍ଵାଗତ କରିବା ସମୟରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡଃ ପ୍ରଫୁଲ୍ଲ କୁମାର ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ, ମହାବିଦ୍ୟାଳୟର ଦୀର୍ଘ ଚଉରାଳିଶ ବର୍ଷର ଇତିହାସର ଅବତାରଣା କରିଥିଲେ। ଏହି ଉତ୍ସବରେ ମହାବିଦ୍ୟାଳୟର ଉନ୍ନତି ପାଇଁ ଯେଉଁ ମାନଙ୍କର ଅବଦାନ ରହିଅଛି, ସେ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଉତ୍ତରୀୟ ମାଧ୍ୟମରେ ସମ୍ମାନିତ କରାଯାଇଥିଲା।