କଟକ(ସଂଘର୍ଷ ମିଡିଆ ) : r: ନରସିଂହପୁର ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ଦୁର୍ନୀତି, ଅନୀତି, ସେଚ୍ଛାଚାରୀ ଓ ପକ୍ଷପାତିତା ନୀତି ବିରୁଦ୍ଧରେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆଜିକୁ ୫ଦିନ ହେବ ପ୍ରତିବାଦ ଓ ଅନଶନ କରିଛନ୍ତି। ସେହିଭଳି ଗେଟ ମୁଖ୍ୟ ଦ୍ୱାର ରେ ଅଫିସ ନ ଖୋଲିବା ନେଇ ପ୍ରତିବାଦ କରିଛନ୍ତି । ତେବେ ଦାବୀ ରହିଛି କି ୪୬୦୦ ଗ୍ରେଡ୍ ପେ ଏବଂ ସମସ୍ତଙ୍କ ପାଇଁ ସମାନ ନିୟମ ଲାଗୁ କରାଯିବା ପାଇଁ ପ୍ରାଥମିକ ଅବସରପ୍ରାପ୍ତ ଶିକ୍ଷକବୃନ୍ଦ ନରସିଂହପୁର ବ୍ଳକ ଶିକ୍ଷା ଧିକାରୀ ଙ୍କର କାର୍ଯ୍ୟାଳୟ ନିକଟରେ ପ୍ରତିବାଦ କରିଛନ୍ତି। ଆଜକୁ ୫ଦିନ ହୋଇଯାଇଥିଲେ ମଧ୍ୟ ବ୍ଲକ ଶିକ୍ଷା ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରା ରେ ଶୋଇଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀ ଙ୍କର କାର୍ଯ୍ୟାଳୟ ନିକଟରେ ବରିଷ୍ଠ ନାଗରିକ ମାନେ ଖରାରେ ବସିଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀ ଆସି ସମାଧାନର ସୁତ୍ର ବାହାର କରୁ ନଥିବା ଦେଖିବାକୁ ମିଳିଛି।