ନରସିଂହପୁର ବ୍ଲକର ବିଭିନ୍ନ ସ୍ଥାନରେ ଗଜନାନଙ୍କ ପୂଜା ଯଥା ବିଧିରେ ପାଳିତ

15

Get real time updates directly on you device, subscribe now.

ନରସିଂହପୁର(ସଂଘର୍ଷ ମିଡିଆ) : କୋଭିଡ ଯୋଗୁ ଦୁଇବର୍ଷ ହେଲା ପୂଜା ପର୍ବାଣୀ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଥିଲା ବେଳେ ଚଳିତ ବର୍ଷର ପ୍ରଥମେ ଗଣେଶ ପୂଜା ବିନା କଟକଣାରେ ଆରମ୍ଭ ହେଇଛି । ନରସିଂହପୁର ବ୍ଲକର ବିଭିନ୍ନ ସ୍ଥାନରେ ଗଜନାନ ପ୍ରଭୁଙ୍କ ପୂଜା ଯଥା ବିଧିରେ ପାଳିତ ହୋଇଯାଇଛି । ହିନ୍ଦୁ ଧର୍ମରେ କୌଣସି ବି ଶୁଭ କାର୍ଯ୍ୟ ହେଉ ନା କାହିଁକି ତା ପୂର୍ବରୁ ଅଗ୍ରପୂଜ୍ୟ ଗଣନାଥଙ୍କୁ ପୂଜା କରାଯାଏ। ଗଣେଶଙ୍କ ଧ୍ୟାନ, ଜପ ଓ ଆରଧନା ଦ୍ବାରା ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ସେଇଥି ପାଇଁ ତ ସେ ବିଘ୍ନବିନାଶକ ଆଉ ବିଘ୍ନହର୍ତ୍ତା । ପ୍ରଭୁ ଗଜାନନ ସର୍ବତ୍ର ବିଦ୍ୟମାନ । ବୁଧବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଗଣନାଥଙ୍କ ପୂଜା ହୋଇଛି । “ଓମ୍ ନମଃ ଗଣେଶ ବିଘ୍ନେଶ ଗିରିଜାନନ୍ଦନଂ ପ୍ରଭୁ, ମମ ବିଘ୍ନ ବିନାଶାୟ ସର୍ବକାର୍ଯ୍ୟେଷୁ ସର୍ବଦା…” ମନ୍ତ୍ର ଧ୍ବନିରେ ଗୁଞ୍ଜରିତ ହେଉଛି ଗାଁଠୁ ସହର । ନରସିଂହପୁରର ବିଭିନ୍ନ ପ୍ରାନ୍ତରେ ଏହି ପୂଜା ଧୁମ ଧାମରେ ପାଳିତ ହୋଇଯାଇଛି । ନରସିଂହପୁର ଓ ଚମ୍ପେଶ୍ୱର ମହାବିଦ୍ୟାଳୟ, ଚମ୍ପେଶ୍ୱର ପ୍ରାଇମ ଏକାଡେମୀ,ସୋଲବନ୍ଧ,ଚମ୍ପେଶ୍ୱର, କାନପୁର, ଏକଡାଳ, ବାଲିଝରି, ବାସେଳିହତା, ବାଗଧରିଆ ପାଇକ ବାରବାଟୀ ,ନୁଖାପଡା, ନରସିଂହପୁର ସମେତ ଜିଲିଣ୍ଡା ଓ ମର୍ଦ୍ଦମେଖ,କମଳାଡିହ ଅଞ୍ଚଳର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବିଭିନ୍ନ କ୍ଲବ ଅନୁକୂଲ୍ୟ ରେ ବିଘ୍ନବିନାଶକ ଙ୍କର ପୂଜା ଧୁମଧାମରେ ପାଳିତ ହୋଇଯାଇଛି।ତେବେ ବ୍ଲକ ରେ ପ୍ରଥମ ଥର ପାଇଁ ମହିଳା ମାନେ ଗଣେଶ ପୂଜା ଧୁମଧାମରେ ପାଇକପଡା ପାଟଣାର ମିଶନ ଶକ୍ତି ଗୃହରେ ପାଳନ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More