/ନରସିଂହପୁର(ସଂଘର୍ଷ ମିଡିଆ) : ଆଜି ବି ଦେଶ ପାଳନ କରିଛି ୭୫ ତମ ସ୍ୱାଧୀନତା ଦିବସ ଏବଂ ଅଜାଦି କା ଅମୃତ ମହୋତ୍ସବ। କିନ୍ତୁ ଆଜି ବି ନରସିଂହପୁର ବ୍ଲକ ଅଧିନ ଦେବଭୂମି ପଞ୍ଚାୟତ ର ଦଲକ ଭଳି ୫ଟି ଗାଁକୁ ସରକାରୀ ସୁବିଧା ସୁଯୋଗ ପହଂଚି ପାରି ନାହିଁ । ସେହିପରି ଦେବଭୂମି ପଞ୍ଚାୟତ ର ଦଲକ ଗାଁକୁ ଯିବାକୁ ଦୁଇ ଟି ନାଳ ପଡିଥାଏ ଏବଂ ଗାଁଟି ସମ୍ପୂର୍ଣ୍ଣ ଘଞ୍ଚ ଜଙ୍ଗଲ ଭିତରେ ଅବସ୍ଥିତ। ତେବେ ଦୁଇ ଦିନ ହେବ ଲଗାଣ ବର୍ଷା ରେ ଦୁଇଟି ନାଳ ରେ ଭରପୁର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଏହି ଦଲକ ଗାଁକୁ ସମ୍ପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡିଛି। ଖବର ପାଇ ନରସିଂହପୁର ବିଡ଼ିଓ ପ୍ରଦୀପ ସାହୁ, ତହସିଲଦାର ଆଲୋକ ଦେହୁରୀ, ବ୍ଲକ ଅଧ୍ୟକ୍ଷ ଙ୍କର ପ୍ରତିନିଧି ନିର୍ମଳ ଜେନା ଙ୍କ ସମେତ ବ୍ଲକ କର୍ମଚାରୀ ମାନେ ରିଲିଫ ଦେବାକୁ ଯାଇଥିବା ବେଳେ ଗୋଟିଏ ନାଳ ର ମୁଣ୍ଡେ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ଦଲକ ଗାଁକୁ ଯିବାକୁ ପ୍ରଶାସନ ସକ୍ଷମ ହୋଇ ନଥିଲା ଏବଂ ଆଜି ସେହି ଗାଁକୁ ଅନ୍ୟ ଏକ ଘଂଚ ଜଙ୍ଗଲ ବାଟ ଦେଇ ଯାଇ ରିଲିଫ ସାମଗ୍ରୀ ଯୋଗାଇ ଦେଇ ଛନ୍ତି ।ବ୍ଲକ ଅଧକ୍ଷା ସସ୍ମିତା ଜେନା ଓ ପ୍ରଶାସନ ଙ୍କୁ ନେଇ ପ୍ରଥମେ ମୁଖ୍ୟ ବାଟ ଦେଇ ଯାଇଥିଲେ ।ସେଠାରେ କୌଣସି ସୁବିଧା ନ ହେବାରୁ ପ୍ରାୟ 10 କିଲୋ ମିଟର ଜଙ୍ଗରେ ଯାଇ ଏକ ମୁଣ୍ଡିଆ ଉପରେ ଗ୍ରାମବାସୀଙ୍କୁ ପୁଣି ଡକାଇ ସେମାନଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦେବା ସହ ସେମାନଙ୍କୁ ନିଜ ହାତରୁ କିଛି ସାହାଯ୍ୟ କରିଥିଲେ ।ତେବେ ଦୁଃଖ ଓ ପରିତାପ ର ବିଷୟ ଆଜି ଦେଶ ଗୋଟିଏ ପଟେ ୭୫ତମ ସ୍ୱାଧୀନତା ଦିବସ ପାଳନ କରୁଛି କିନ୍ତୁ ଗୋଟିଏ ପଟେ ନରସିଂହପୁର ବ୍ଲକ ର ଉପାନ୍ତ ଅଞ୍ଚଳରେ ଲୋକେ ବାହ୍ୟ ଜଗତ ରୁ ବିଚ୍ଛିନ୍ନ ହୋଇ ରହୁଛନ୍ତି। ଆଜି ବି ସେମାନଙ୍କର ପାଖରେ ଶିକ୍ଷା ସ୍ୱାସ୍ଥ ଓ ବିଜୁଳି ଅଙ୍ଗନବାଡି କେନ୍ଦ୍ର ସାଙ୍ଗକୁ ରାସନ ସାମଗ୍ରୀ ପାଇଁ 10 କିଲୋ ମିଟର ଯିବାକୁ ପଡୁଛି ।ତେବେ କେବଳ ବନ୍ୟା ବାତ୍ୟା ଓ ମରୁଡି ସମୟରେ ପ୍ରଶାସନ ବିଧାୟକ ଙ୍କର ଏହି ଅଞ୍ଚଳ କୁ ବାରମ୍ବାର ଆସୁଥିଲେ ମଧ୍ୟ ସରକାରୀ ସୁବିଧା ଏମାନଙ୍କ ନିକଟରେ ପହଞ୍ଚିବା ରେ ତ୍ରୁଟି ରହୁଥିବା ପରିଲକ୍ଷିତ ହେଉଛି।
Get real time updates directly on you device, subscribe now.