ନରସିଂହପୁର ଜଙ୍ଗଲରେ ଗୟଳ ମୃତ, ମୃତ୍ୟୁର କାରଣ ଅସ୍ପଷ୍ଟ

15

Get real time updates directly on you device, subscribe now.


ନରସିଂହପୁର(ସଂଘର୍ଷ ମିଡିଆ) : – ହାତୀ ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚା ରେ ଥିବା ନରସିଂହପୁର ଜଙ୍ଗଲ ଏବେ ଗୟଳ ମୃତ୍ୟୁକୁ ପୁଣିଥରେ ଚର୍ଚ୍ଚାକୁ ଆସିଛି।
ନରସିଂହପୁର ପଶ୍ଚିମ ବନ ବିଭାଗ ଅନ୍ତର୍ଗତ ଜୟପୁର ଜଙ୍ଗଲରେ ଗୋଟିଏ ଗୟଳର ମୃତ୍ୟୁ ଘଟିଥିବା ବେଳେ ବନ ବିଭାଗ ପକ୍ଷରୁ ଏହିଭଳି ଏକ ସମ୍ବେଦନଶୀଳ ଘଟଣାକୁ ଗଣମାଧ୍ୟମ କୁ ସୂଚନା ନଦେଇ ଘଟଣା କୁ ଚପାଇ ଦେବାକୁ ଉଦ୍ୟମ କରିଥିବା ଜଣାପଡିଛି । ସୁଚନାରୁ ପ୍ରକାଶ ଯେ ଜୟପୁର ବୁଢ଼ିଦେଇ ଡ୍ୟାମ ନିକଟରେ ଗୋଟିଏ 9 ରୁ 10 ବର୍ଷ ର ଗୋଟିଏ ବିରଳ ଗୟଳର ମୃତ୍ୟୁ ଘଟିଥିବା ଜଣାପଡିଛି।। ସଂକ୍ରମଣ କିମ୍ବା ଶିକାରୀ ଗୁଳି ରେ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇନଥିବାରୁ ମୃତ୍ୟୁ ର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଗଣମାଧ୍ୟମକୁ ଘଟଣା ସଂପର୍କରେ କୌଣସି ତଥ୍ୟ ଦେଉ ନଥିବାରୁ ଘଟଣା ପଛରେ କିଛି ଅଲଗା କାରଣ ଥିବା ଚର୍ଚ୍ଚା ହେଉଛି। ମାତ୍ର ନରସିଂହପୁର ଜଙ୍ଗଲ ରେ ବିରଳ ଗୟଳର ମୃତ୍ୟୁ ଘଟଣା କୁ ବନ ବିଭାଗ ପକ୍ଷରୁ ଚପାଇ ଦେବାକୁ ଉଦ୍ୟମ କରାଯାଉଛି। ଗୟଳ ମୃତ୍ୟୁ ଘଟଣା ସଂପର୍କରେ ଏନେଇ ପଶ୍ଚିମ ବନ ବିଭାଗ ରେଞ୍ଜର ପ୍ରଦୀପ କୁମାର ନାୟକଙ୍କୁ ପଚାରିବାରୁ ଗୟଳ ମୃତ୍ୟୁ ଏକ ସାଧାରଣ ଘଟଣା ଏହି ସାଧାରଣ ଖବର କଣ ପାଇଁ ଛାପିବେ ବୋଲି କହି ଘଟଣାକୁ ଏଡ଼ାଇ ଦେଇଛନ୍ତି। ନରସିଂହପୁର ଜଙ୍ଗଲରେ ବିରଳ ଗୟଳର ମୃତ୍ୟୁ ଘଟଣାର ବନ ବିଭାଗ ଉପରେ ସନ୍ଧେହ ହେଉଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More