ନରସିଂହପୁର(ସଂଘର୍ଷ ମିଡିଆ ) : ନରସିଂହପୁର ପଶ୍ଚିମ ବନ ବିଭାଗ ଅନ୍ତର୍ଗତ ଜୟପୁର ଜଙ୍ଗଲ ତାମେରା ନାଳ ନିକଟରେ ଅସୁସ୍ଥ ହୋଇ ପଡ଼ିଥିବା ଗୁଳିବିଦ୍ଦ ଦନ୍ତା ହାତୀ ଧୀରେ ଧୀରେ ସୁସ୍ଥ ହେଉଛି । ଗତ ଦୁଇ ଦୁଇ ଦିନ ହେଲା ହାତୀର ସ୍ୱାସ୍ଥ୍ୟବସ୍ଥାରେ ଅନେକ ଉନ୍ନତି ଆସିଥିବା ବନ ବିଭାଗ କହିଛି। ଆଜି ଅସୁସ୍ଥ ହାତୀ ଟି ତରଭୁଜ, କଖାରୁ,ପାଚିଲା କଦଳୀ ଓ ସେଓ ପ୍ରାୟ 50 କେଜି ଫଳ ଖାଇଛି ବୋଲି ବନ ବିଭାଗ ସୂଚନା ଦେଇଛି।ହାତୀକୁ ପୂର୍ବଭଳି ସାଲାଇନି,ଔଷଧ ଇଞ୍ଜେକ୍ସନ ଦେଇ ଚିକିତ୍ସା କରାଯାଇଛି। ଓୟୁଏଟି ବିଶେଷଜ୍ଞ ଦଳ ସହିତ ଆଲୋଚନା କରି ସାତକୋଶିଆ (ୱାଇଲଡ଼ ଲାଇଫ)ଡାକ୍ତର ଏବଂ ନରସିଂହପୁର ପ୍ରାଣୀ ଚିକିତ୍ସା ଅଧିକାରୀ ହାତୀର ଚିକିତ୍ସା କରିଥିବା ବେଳେ ଚନ୍ଦକାରୁ ଆସିଥିବା ହାତୀ ମାହୁନ୍ତ ତତ୍ତ୍ୱାବଧାନରେ ହାତୀର ଯତ୍ନ ନିଆଯାଉଛି।ଆବଶ୍ୟକ ସ୍ଥଳେ ହାତୀକୁ ଚନ୍ଦକା ସ୍ଥାନାନ୍ତର କରାଯାଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଆଜି ନରସିଂହପୁର ତହସିଲଦାର ଆଲୋକ କୁମାର ଦେହୁରୀ ହାତୀ ପାଖରେ ପହଞ୍ଚି ହାତୀର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।