ନରସିଂହପୁର ଛାଡ଼ଖାଇ ଉତ୍ସବ ଉଦଘାଟିତ

14

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) :- ବୁଧବାର ନରସିଂହପୁରରେ ଐତିହାସିକ ଛାଡଖାଇ ଉତ୍ସବକୁ ଉଦଘାଟନ କରିଛନ୍ତି ମହୋତ୍ସବ କମିଟି ସଭାପତି ଶ୍ରୀ ଆଲୋକ କୁମାର ଦେହୁରୀ। ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଏବଂ ଉଦଘାଟକ ଭାବେ ଯୋଗ ଦେଇଛନ୍ତି , ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ବିସି, ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ଶ୍ରୀଯୁକ୍ତ କୁଳମଣି ବାରିକ ପ୍ରାକ୍ତନ ଅଧ୍ୟକ୍ଷ ,ନରସିଂହପୁର କଲେଜ ମହାବିଦ୍ୟାଳୟ,ସମ୍ମାନୀୟ ଅତିଥି ଶ୍ରୀମତୀ ସୁବାସିନି ମିଶ୍ର ସରପଞ୍ଚ, ନିଜିଗଡ, ଶ୍ରୀମତୀ ଜୟନ୍ତୀ ବେହେରା,ସମିତିସଭ୍ୟା, ପାଇକପଡ଼ାପାଟଣା,ଶ୍ରୀଯୁକ୍ତ ଲଳିତ କୁମାର ବିଶ୍ଵାଳ ବରିଷ୍ଠ ଆଇନଜୀବୀ ନରସିଂହପୁର ବାର ଆସୋସିଏସନ ଯୋଗଦାନ କରିଥିଲେ। ମଳୟ କୁମାର ବରାଳ ମଞ୍ଚ ପରିଚାଳନା କରିଥିଲେ।ଅପରାହ୍ନ ୪ଟା ରୁ ପାଲା,ପରେ ପରେ ସନ୍ଧ୍ୟା ୫ ଘଣ୍ଟିକା ସମୟରେ ଆଞ୍ଚଳିକ କଳାକାରଙ୍କ ଦ୍ଵାରା ଛାଡ଼ଖାଇ ମହୋତ୍ସବ ପେଣ୍ଡାଲରେ ବିନ୍ଧ୍ୟବାସିନୀ ସ୍କୁଲ ର କୁନି କଳାକାର ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ଓ ରାତ୍ର ୧୧ ଘଣ୍ଟିକାରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ବାଦଦଣ୍ଡ ଅନୁଷ୍ଠିତ ହେବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଶେଷରେ ସମ୍ପାଦକ ନରସିଂହପୁର ଥାନା ଅଧିକାରୀ ଶ୍ରୀଯୁକ୍ତ ଅଭୟ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ନରସିଂହପୁରରୁ ପ୍ରଦୀପ ଦଳବେହେରାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More