ନରସିଂହପୁର ଛାଡଖାଇ ଉତ୍ସବର ଷଷ୍ଠ ସନ୍ଧ୍ୟା; ମନ ମୋହିଲା କୋରାପୁଟ ଡ୍ୟାନ୍ସ ଏକାଡେମୀର ନୃତ୍ୟ ପରିବେଷଣ

18

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ନରସିଂହପୁର ଗଦାଜତରେ ଆଜି ଷଷ୍ଠ ସନ୍ଧ୍ୟାରେ ଛାଡଖାଇ ମହୋତ୍ସବ ଖୁବ୍ ଧୁମଧାମରେ ଅନୁଷ୍ଠିତ ହୋଇଛି । ଆଜି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମିଶ୍ର ମୁଖ୍ୟ ବକ୍ତା, ନରସିଂହପୁର ମାଟିର ମୁମ୍ବାଇର ଦ ହିନ୍ଦୁର ଡେପୁଟି ଏଡ଼ିଟର ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର, ସମ୍ମାନିତ ଅତିଥି ନରସିଂହପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ନୀଳମାଧବ ସୁନା ଯୋଗ ଦେଇଥିଲେ । ଅପରାହ୍ନ ଦୁଇଟାରୁ ନରସିଂହପୁର ଗଡ଼ଜାତର ଏକଡାଳ ଗ୍ରାମର ଶରତ ଚନ୍ଦ୍ର ଦଳେଇ ଓ ତାଙ୍କ ସାଥୀ ସହ ଗଣ୍ଡପଲ୍ଲି ଗ୍ରାମର ପ୍ରମୋଦ କୁମାର ସାହୁ ଓ ତାଙ୍କ ସାଥିଙ୍କ ଦ୍ଵାରା ପାଲା ପରିବେଷଣ କରାଯାଇଥିଲା। ପରେ ପରେ ସନ୍ଧ୍ୟା ୫ ଘଣ୍ଟିକା ସମୟରେ ନରସିଂହପୁରର ଗୁରୁକୃପା ଡ୍ୟାନ୍ସ ସ୍କୁଲ ଦ୍ଵାରା ନୃତ୍ୟ ପରିବେଷଣ ହୋଇଥିବା ବେଳେ ସନ୍ଧ୍ୟା ୬ ଘଣ୍ଟିକା ସମୟରେ କୋରାପୁଟର ପ୍ରେରଣା ଡ୍ୟାନ୍ସ ଏକାଡେମୀ ଦ୍ୱାରା ନୃତ୍ୟ ପରିବେଷଣ ଆୟୋଜିତ ହୋଇଥିବା ବେଳେ ରାତ୍ର ୮ ଘଣ୍ଟିକା ସମୟରେ ବାଲେଶ୍ଵରର ମେଲୋଡି ଅରକେଷ୍ଟା ଆଟ୍ରାକ୍ସନ୍ ,ରାତ୍ର ଏଗାର ଘଣ୍ଟିକାରେ ଯାତ୍ରା ଶ୍ରୀକ୍ଷେତ୍ର ଗଣନାଟ୍ୟର ତୃତୀୟ ରଜନୀ ରେ ଅଦିନ କୁହୁଡି ନାଟକ ଅନୁଷ୍ଠିତ ହୋଇଛି। ଛାଡଖାଇ ଯାତ୍ରା ରେ ବିଭିନ୍ନ ଖାଦ୍ୟ ଓ ଷ୍ଟଲ ସହ ବିଭିନ୍ନ ଦୋଳି ମାନଙ୍କରେ ବହୁତ୍ ଗହଳି ଦେଖାଇବାକୁ ମିଳିଥିଲା । ନରସିଂହପୁର ଆଠଗଡ ରୁ ଆରମ୍ଭକରି ଅନୁଗୁଳ ଓ ନୟାଗଡ ପର୍ଯ୍ୟନ୍ତ ଆଦି ଅଞ୍ଚଳରୁ ଦର୍ଶକ ଯାତ୍ରା ଉପଭୋଗ କଲେ । ଅପରାହ୍ନ ୪ଟା ରୁ ନରସିଂହପୁର ପଞ୍ଚମୁଖୀ ଛକ ଠାରୁ କ୍ଳବ୍ ଛକ ପର୍ଯ୍ୟନ୍ତ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ଆଜି କୋରାପୁଟର ପ୍ରେରଣା ଡ୍ୟାନ୍ସ ଏକାଡେମୀର ନୃତ୍ୟ ଦର୍ଶକଙ୍କୁ ମୁଗ୍ଧ କରିଥିଲା । ପରେ ପରେ ମେଲୋଡି ଷ୍ଟେଜ ରେ ବାଲେଶ୍ଵରର ମେଲୋଡି ଅର୍କେଷ୍ଟା ଆଟ୍ରାକ୍ସନ୍ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଦେବଦତ୍ତ ମଳୟ କୁମାର ବରାଳ ମଞ୍ଚ ପରିଚାଳନା କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More