କଟକ(ସଂଘର୍ଷ ମିଡିଆ) :- ନରସିଂହପୁର ଗ୍ରସ୍ତ ରେ ଭିକେ ପାଣ୍ଡିଆନ। ନରସିଂହପୁର ଗ୍ରସ୍ତ ରେ ଆସିବା ସହ ଦିନ 11,30 ସମୟରେ ଆଠଗଡ଼ କାର୍ଯ୍ୟକ୍ରମ ସାରି ନରସିଂହପୁର ବଡ ପଡିଆ ଠାରେ ହେଲି ପ୍ୟାଡ ଆସି ଅବତରଣ କରିଥିଲା । ସେଠାରୁ ବାହାରି ମେଡିକାଲ ଅଭିମୁଖେ ବାହାରି ଯାଇ ମେଡିକାଲର ସ୍ୱାସ୍ଥ ସଂମ୍ପର୍କରେ ବୁଝିଥିଲେ ।ପରେ ସଭାସ୍ଥଳୀରେ ପହଂଚି ମହିଳାଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ । ମହିଳା ମାନେ ସଚିବଙ୍କୁ ଫୁଲରେ ପୋତିଦେଇଥିଲେ । ନରସିଂହପୁର ମେଡିକାଲ, ହାଡୁଆ ଜଳ ସେଚ ପ୍ରକଳ୍ପ, ମା ଭଟ୍ଟାରିକା ମନ୍ଦିର , ପ୍ରଗଳା ମନ୍ଦିରର ଉନ୍ନତି କରଣ ଓ ମେଗା ପାନୀୟ ଜଳ ଯୋଗାଣ , ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉନ୍ନତି ଉପରେ କଲେ ଆଲୋକପାତ କରିଥିଲେ।୧୬ଦିନ ମଧ୍ୟରେ ମା ଭଟ୍ଟାରିକା ଏବଂ ମା ପ୍ରଗଳା ମନ୍ଦିର ପର୍ଯ୍ୟଟନ ସ୍ଥଳୀ ନିମନ୍ତେ ଅର୍ଥ ରାଶି ଘୋଷଣା ମାନ୍ୟବର ମୁଖ୍ୟମନ୍ତ୍ରୀ କରିବେ ବୋଲି ସଚିବ କହିଛନ୍ତି। ତେବେ ଏହି ସଭାସ୍ଥଳୀରେ କେବଳ ସଚିବଙ୍କୁ ଦେଖିବାକୁ ମିଳିଥିଲା । ଜିଲ୍ଲାପାଳ ଙ୍କୁ ତଳେ ଦେଖିବାକୁ ମିଳିଥିଲା ।ଦୁଃଖର ବିଷୟ ଏହି ପଡିଆକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରାଯାଇ କାମ ହୋଇଥିଲେ ସୁଦ୍ଧା ଏହା ଅତି ନିମ୍ନ ମାନର ବୋଲି ଆଲୋଚନା ହେଉଛି । ପାଚେରୀକୁ ରଙ୍ଗ କରାଯାଇନାହିଁ କି ରାସ୍ତାକୁ ପରିଷ୍କାର କରା ଗଲାନି ଯାହା ଫଳରେ ଅସନ୍ତୋଷ ଦେଖା ଦେଇଛି ।