ନରସିଂହପୁର କଲେଜରେ ଗଣ୍ଡଗୋଳ;୨ ଆହତ

16

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) :- ପୁଣି ଅଶାନ୍ତ ହେଲା ନରସିଂହପୁର କଲେଜ। ଅଣଛାତ୍ରଙ୍କର ଅବାଧ ପ୍ରବେଶ ପରେ ଦୁଇ ଗୋଷ୍ଠୀ ନରସିଂହପୁର କଲେଜ ଭିତରେ ମୁହାଁମୁହିଁ। ଗତ କିଛି ଦିନ ତଳେ ମଧ୍ୟ ଅନୁରୂପ ଭାବେ ସେହି ଦୁଇ ଗୋଷ୍ଠୀ ଗଣ୍ଡଗୋଳ ହୋଇଥିଲେ। ସେହି ଘଟଣା ରେ ନରସିଂହପୁର ପୋଲିସ କାହାକୁ ଗିରଫ କରିନଥିବାରୁ ପୋଲିସ ଅପାରଗତାର ସୁଯୋଗ ନେଇ ପୁଣି ଥରେ କିଛି ଅଣ ଛାତ୍ର କଲେଜ ଭିତରେ ପ୍ରବେଶ କରି ଏହିଭଳି କାଣ୍ଡ ଭିଆଇଛନ୍ତି। ଉଭୟ ଗୋଷ୍ଠୀ ନରସିଂହପୁର ତଅଁଳାସାହି ଓ ଅଲରା ଗାଁର ହୋଇଥିବା ସୂଚନା।ତେବେ ଏହି ଦୁଇ ଗୋଷ୍ଠୀ ଙ୍କ ମଧ୍ୟରେ ରେ ପୂର୍ବରୁ ତିକ୍ତତା ଲାଗି ରହିଥିଲା। ଘଟଣା ସମ୍ପର୍କରେ ନରସିଂହପୁର କଲେଜ ଓ ଉଭୟ ଛାତ୍ର ଗୋଷ୍ଠୀ ମଧ୍ୟରେ ରେ ମାମଲା ନରସିଂହପୁର ଥାନାରେ ବିଚାରଧୀନ ଅଛି। ପୂର୍ବ ରାଗ ରଖି ଏହିଭଳି ଗୋଷ୍ଠୀ ସଂଘର୍ଷ ହୋଇଥିବାର ଅନୁମାନ କରାଯାଉଛି। ସେହିଭଳି ଆହତ ହୋଇଥିବା ଦୁଇଜଣ ଙ୍କ ମଧ୍ୟରୁ ଜଣେ ନରସିଂହପୁର କଲେଜର ପିଅନ ଦିବ୍ୟ ରଂଜନ ସେଠି ଓ ଅନ୍ୟ ଜଣେ ଅଲରା ଗ୍ରାମର ରାକେଶ ରଂଜନ ଜେନା ବୋଲି ଜଣା ପଡ଼ିଛି। ଏହି ଘଟଣାରେ ବହୁ ବିଳମ୍ବ ରେ ନରସିଂହପୁର ପୋଲିସ ପହଂଚି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିବା ବେଳେ କଲେଜର ସିସିଟିଭି ଯାଞ୍ଚ କରିଛି। ଘଟଣା ରେ ଦୋଷୀ ବିରୁଦ୍ଧରେ ଉପଯୁକ୍ତ ଦଣ୍ଡ ବିଧାନ ହେଉ ବୋଲି କଲେଜର ଅଧ୍ୟକ୍ଷ ଉମାକାନ୍ତ ସାହୁ ଦାବି କରିଛନ୍ତି। ଏବଂ କେଉଁ କେଉଁ ଯୁବକ ଏଥିରେ ସାମିଲ ଅଛନ୍ତି ସେମାନଙ୍କୁ ଆଇନି ଅନୁଯାୟୀ ଦଣ୍ଡିତ କରାଯିବା ପାଇଁ ମଧ୍ୟ ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More