ନରସିଂହପୁର ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ନରସିଂହପୁର ଓକିଲ ସଂଘ ପକ୍ଷରୁ ନରସିଂହପୁର ତହସିଲ କାର୍ଯ୍ୟାଳୟରେ ତାଲା ପକାଇଲେ । ସୂଚନାରୁ ପ୍ରକାଶ ନରସିଂହପୁର ଓକିଲ ସଂଘ ତରଫରୁ ପୂର୍ବରୁ ତହସିଲିଦାରଙ୍କୁ ଭେଟି ଏକ ଦାବି ଜଣାଇବା ସହ ସାତ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚେତାବନୀ ଦେଇଥିଲେ ।ଏବିଷୟରେ ତହସିଲଦାରଙ୍କୁ ପଚାରିବାରୁ ବରିଷ୍ଠ ଆଇନିଜୀବୀ ତ୍ରିଲୋଚନ ମହାପାତ୍ରଙ୍କୁ ସ୍ଥାନୀୟ ତହସିଲିଦାର ଅଶାଳୀନ ମନ୍ତବ୍ୟ ଦେବାରୁ ଆଜି ଓକିଲ ସଂଘ ତରଫରୁ ମନମୁଖୀ କାର୍ଯ୍ୟକୁ ପ୍ରତି ବାଦକରି ଓ ତାଙ୍କର ପ୍ରତେକ କାର୍ଯ୍ୟ କଳାପରେ ଅସନ୍ତୁଷ୍ଟ ହୋଇ ବଦଳି ଦାବି ହୋଇଥିଲା। ମାତ୍ର ପୋଲିସ ଏହି କାର୍ଯ୍ୟାଳୟକୁ ଖୋଲି କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିଥିଲେ । ଏହା ଜାଣି ପାରି ଓକିଲ ସଂଘ ତରଫରୁ ତହସିଲି କାର୍ଯ୍ୟାଳୟକୁ ଯିବାରୁ ପୋଲିସ ଓ ଓକିଲ ଧସ୍ତାଧସ୍ତି ହୋଇଥିଲେ। ସେଠାରେ ଅପ୍ରୀତିକର ପରିସ୍ଥିତି ଶ୍ରୁଷ୍ଟି ହୋଇଥିଲା।ଘଟଣା ସ୍ଥଳରେ ଥାନା ଅଧିକାରୀ ପହଂଚି ଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଏହି ଆନ୍ଦୋଳନକୁ ବିଜେଡି ନେତା ତଥା ଆଇନିଜୀବୀ ଗିରିଜା ଶଙ୍କର ମିଶ୍ର ,ସରପଞ୍ଚ ପ୍ରଭାକର ମିଶ୍ର ଓ।ବୀଣାପାଣି ବେହେରା ସମର୍ଥନ କରିଥିଲେ । ସାଧାରଣରେ ଏଠି ପ୍ରଶ୍ନ ଉଠୁଛି ରାଜ୍ୟରେ ଚାଲିଥିବା 5T ସରକାର କଣ ସତେ ଯେମିତି ନରସିଂହପୁର ପ୍ରତି ଆଖିବୁଝି ଦେଇଛି କି ? ଏଠି ନରସିଂହପୁର ତହସିଲି ଓ ନରସିଂହପୁର ଥାନାରୁ ଦୁର୍ନୀତି ପିଛା ଛାଡ଼ୁନି। ମାନ୍ୟବର ମୁଖ୍ୟମନ୍ତ୍ରୀ ଏଥିପ୍ରତି ଦୁର୍ସ୍ତି ଦେବାକୁ ନରସିଂହପୁର ବାସୀ ନିବେଦନ କରିଛନ୍ତି।