ନରସିଂହପୁର(ସଂଘର୍ଷ ମିଡିଆ ) : : ନରସିଂହପୁର ପଶ୍ଚିମ ବନ ବିଭାଗ ଅଧିନ ଉପରକଟା ଗ୍ରାମ୍ୟ ଜଙ୍ଗଲରେ ଗୋଟିଏ ଦନ୍ତା ହାତୀର ଗଳିତ ମୃତ ଦେହ ଉଦ୍ଧାର ହୋଇଥିବା ପଶ୍ଚିମ ରେଞ୍ଜର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ କି ପଶ୍ଚିମ ବନ ବିଭାଗ ଅଧିନ ଉପରକଟା ଗ୍ରାମ୍ୟ ଜଙ୍ଗଲ ରେ ଏକ ତିନି ବର୍ଷର ଦନ୍ତା ହାତୀର ଗଳିତ ମୃତ ଦେହ ଉଦ୍ଧାର ହୋଇଛି। ହାତୀଟିର 20 ରୁ 25 ଦିନ ମଧ୍ୟରେ ମୃତ୍ୟୁ ଘଟିଥିବା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ବିଜୟ କୁମାର ସେନାପତି ସୂଚନା ଦେଇଛନ୍ତି। ସେହିପରି ଏହା ଏକ ଅଣ୍ଡିରା ହାତୀ ଏବଂ ଏହାର ବୟସ ଅଢେଇ ରୁ ତିନି ବର୍ଷ ହେବ ବୋଲି ସୂଚନା ଦେଇଛନ୍ତି ରେଞ୍ଜର । ତେବେ ପଶ୍ଚିମ ରେଞ୍ଜ ରେ ବିଭିନ୍ନ ସ୍ଥାନ ରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ପାଇଁ ପାଣି ର ଘୋର ଅଭାବ ଦେଖା ଦେଇଛି । ଏବଂ ପୂର୍ବ ରୁ ଥିବା ରେଞ୍ଜର ହାତୀ ପାଣି ପିଇବା ପାଇଁ କୌଣସି ବ୍ୟବସ୍ଥା କରିନଥିବା ରୁ ହାତୀ ମରୁଛନ୍ତି ବୋଲି କହିଛନ୍ତି ରେଞ୍ଜର ପ୍ରଫୁଲ ଦେହୁରୀ। ସେହିପରି 20 ରୁ 25 ଦିନ ପୂର୍ବରୁ ହାତୀର ମୃତ୍ୟୁ ଘଟିଥିଲେ ମଧ୍ୟ ବନ ବିଭାଗ କର୍ମଚାରୀ ମାନେ କିପରି ଜାଣି ପାରିଲେ ନାହିଁ। ପୂର୍ବରୁ ମଧ୍ୟ ଏଠାରେ ଏକ ଗଳିତ ହାତୀର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆଜକୁ ୮ମାସ ଭିତରେ ୧୦ ରୁ ଉର୍ଦ୍ଧ୍ବ ହାତୀ ଙ୍କର ମୃତ୍ୟୁ ହୋଇଥିବା ଯାହାର ତଦନ୍ତ ହେବା ଆବଶ୍ୟକ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି। ଏସମ୍ପର୍କରେ ଆଠଗଡ ଡ଼ି ଏଫ୍ ଓ ସୁଦର୍ଶନ ଯାଦବଙ୍କୁ ପଚାରିବାରୁ ହାତୀର ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଥିଲେ।