ନରସିଂହପୁରରେ ଶ୍ରୀଜୀଉଙ୍କ ପାରମ୍ପରିକ ବାହୁଡା ଯାତ୍ରା ଅନୁଷ୍ଠିତ

13

Get real time updates directly on you device, subscribe now.

ନରସିଂହପୁର(ସଂଘର୍ଷ ମିଡିଆ): – :ନରସିଂହପୁରରେ ଶ୍ରୀଜୀଉଙ୍କ ପାରମ୍ପରିକ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଆଜି ପ୍ରତ୍ୟୁଷରୁ ସେବାୟତ ମାନଙ୍କ ଦ୍ୱାରା ଅବକାଶ ନୀତି, ମଙ୍ଗଳ ଆଳତୀ, ମଇଲମ ମଧ୍ୟାହ୍ନ ଧୂପ,ଖେଚୁଡ଼ି ଭୋଗ ଲାଗି ହେବା ପରେ ସମସ୍ତ ପୂଜା ନିତି ସମ୍ପର୍ଣ୍ଣ ହୋଇଥିଲା।ଏହାପରେ ପରୀକ୍ଷା ପୂଜକ ରମେଶ ଚନ୍ଦ୍ର ପଣ୍ଡାଙ୍କ ତତ୍ୱାବଧାନରେ ସେବାୟତଙ୍କ ଦ୍ଵାରା ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ରଥ ଉପରକୁ ବିଜେ କରାଯାଇଥିଲା।ଶ୍ରୀ ଜୀଉଙ୍କ ରଥ ବିଜେ ପରେ ରାଜ ପୁରୋହିତ ରଜନୀକାନ୍ତ ମିଶ୍ରଙ୍କ ଦ୍ଵାରା ଛେରାପହଁରା ସମ୍ପର୍ଣ୍ଣ ହୋଇଥିଲା।ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ରଥଟଣା ଆରମ୍ଭ ହୋଇଥିଲା।ସନ୍ଧ୍ୟା ୬ଟା ସୁଦ୍ଧା ଶ୍ରୀମନ୍ଦିର ନିକଟରେ ରଥ ପହଞ୍ଚି ଯାଇଥିଲା।ଆଜିର ବାହୁଡା ଯାତ୍ରାରେ ରଥ ଟାଣିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା।ଆଜିର ରଥଟଣା ସମୟରେ ତହସିଲଦାର ଆଲୋକ କୁମାର ଦେହୁରୀ, ବିଡ଼ିଓ ନୀଳମାଧଵ ସୁନା, ମନ୍ଦିର ପରିଚାଳନା କମିଟିର ସମ୍ପାଦକ କାଳୀ ଚରଣ ପଟ୍ଟନାୟକ, ନିଜିଗଡ଼ ସରପଞ୍ଚଙ୍କ ପ୍ରତିନିଧି ପ୍ରଭାକର ମିଶ୍ର, ସମିତି ସଭ୍ୟଙ୍କ ପ୍ରତିନିଧି ଶୁଭ୍ରାଂଶୁ ଭୂଷଣ ମହାପାତ୍ର, ପାଇକପଡା ପାଟଣା ସରପଞ୍ଚ ଗୟାଧର ସାହୁ, ଜଗନ୍ନାଥ ମନ୍ଦିର ଟ୍ରଷ୍ଟି ବିରଞ୍ଚି ନାରାୟଣ ସାହୁ,ତ୍ରିନାଥ ପଣ୍ଡା,ବୈଦ୍ୟନାଥ ପଣ୍ଡା,ଜଗୁରାମ ମହାପାତ୍ର, ନୀଳମଣି ସାହୁ,ରାଜ କିଶୋର ସାହୁ, ବସନ୍ତ କୁମାର ପଣ୍ଡା, ଜୟନ୍ତ କୁମାର ପଣ୍ଡା, ପ୍ରତାପ ଚନ୍ଦ୍ର ପଣ୍ଡା,ବିଜୟ କୁମାର ପଣ୍ଡାଙ୍କ ସମେତ ସମସ୍ତ ସେବାୟତ ଉପସ୍ଥିତ ରହି ଶ୍ରୀଜୀଉଙ୍କ ବାହୁଡା ଯାତ୍ରାରେ ସହଯୋଗ କରିଥିଲେ।ସେହିପରି ଅଢେଇଗୁଣ୍ଡି ଓ କାନପୁର ଏକଡାଳ ଗ୍ରାମରେ ଶ୍ରୀ ଜୀଉଙ୍କ ବାହୁଡା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି।ଆଜିର ବାହୁଡା ଯାତ୍ରା ସମୟରେ ନରସିଂହପୁର ଥାନା ଆଇଆଇସି ଅଭୟ ବେହେରାଙ୍କ ସମେତ ସମସ୍ତ ପୁଲିସ ଅଧିକାରୀ, ଦମକଳ ବାହିନୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More