ନରସିଂହପୁରରେ ଭତ୍ତାଧାରୀଙ୍କ ସଂଖ୍ୟା ୨୧ ହଜାର ୩୧ରେ ପହଁଚିଲା

13

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : ଆଜି ନରସିଂହପୁର ପର୍ଯ୍ୟଟନ ବ୍ୟାଖ୍ୟାନ କେନ୍ଦ୍ର ସମ୍ମିଳନୀ କକ୍ଷ ଓ ତାର ପରିସରରେ ୧୧୭୨ ନୂତନ ଉତ୍ତରାଧିକାରୀଙ୍କୁ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଭତ୍ତା ମଞ୍ଜୁରୀ ପ୍ରଦାନ କଲାପରେ ବ୍ଲକରେ ସମୁଦାୟ ସାମାଜିକ ସୁରକ୍ଷା କ୍ଷେତ୍ରରେ ଭତ୍ତାଧିକାରୀଙ୍କ ସଂଖ୍ୟା ୨୧ ହଜାର ୩୧ ରେ ପହଁଚିଛି । ବ୍ଲକ ଅଧ୍ୟକ୍ଷ୍ୟା ଶ୍ରୀମତୀ ସସ୍ମିତା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ କିଶୋର ମିଶ୍ର , ଉପାଧ୍ୟକ୍ଷ ଶ୍ରୀ ନାରଣ ନାୟକ, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ଗୀତାଞ୍ଜଳି ପାତ୍ର, ଶ୍ରୀ ନୀଳମାଧଵ ସୁନା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ନିର୍ବାଚିତ ଜନପ୍ରତିନିଧୀଙ୍କ ପକ୍ଷରୁ ଶ୍ରୀ ନିର୍ମଳ ଜେନା ଶୁଭେଚ୍ଛା ଦେଇଥିଲେ । ପ୍ରକାଶ ଥାଉକି, ଅକ୍ଟୋବରରେ ଭତ୍ତାଧାରୀଙ୍କ ସଂଖ୍ୟା ୧୯୮୫୯ ରେ ଥିଲାବେଳେ ଆଜି ଏହା ୧୧୦୩୧ ରେ ପହଁଚିଲା । ଏଥିରେ ସମୁଦାୟ ପେନସନ ଯୋଜନାରେ ୨୩୪ ଜଣ ବିଧବା, ୫୦ ଜଣ ଭିନ୍ନକ୍ଷମ , ୧୯ ଜଣ ଅବିବାହିତା , ୧୨ ଜଣ ସ୍ୱାମୀ ପରିତ୍ୟକ୍ତା , ୩ ଜଣ କିନ୍ନର ( transgender )୮୩୮ ବୃଦ୍ଧ ବୃଦ୍ଧାଙ୍କୁ ଏହା ଆଜି ଦିଆଯାଇଛି । ଆଜିର ପ୍ରଦାନ ପରେ ନରସିଂହପୁର ବ୍ଲକରେ ଭତ୍ତାଧିକାରୀଙ୍କ ପାଇଁ ମାସକୁ କୋଟିଏ ସତର ଲକ୍ଷ୍ୟରୁ ଉର୍ଧ୍ଵ ବ୍ୟୟ ହେବ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More