ନରସିଂହପୁରରେ ପଵିତ୍ର ରାଖୀ ବନ୍ଧନ ପର୍ବ ପାଳିତ

26

Get real time updates directly on you device, subscribe now.

ନରସିଂହପୁର(ସଂଘର୍ଷ ମିଡିଆ ) : ନରସିଂହପୁରରେ ଆଜି ଘରେ ଘରେ ରାଖୀ ପୂର୍ଣ୍ଣିମା ମହା ଆଡମ୍ବର ସହ ପାଳନ ହୋଇଯାଇଛି । ଭଉଣୀମାନେ ଭାଇଙ୍କୁ ପୂଜାର୍ଚନା କରି ଭାଇଙ୍କୁ ମୁଣ୍ଡିଆ ମାରି ରାଖୀ ହାତରେ ବାନ୍ଧିବା ସହ ଭାଇର ଦୀର୍ଘ ଜୀବନ କାମନା କରିଥିଲେ । ସେହିପରି ପ୍ରଜାପିତା ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟ ନରସିଂହପୁର ଶାଖା ତରଫରୁ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଟିକୁ ପାଖାପାଖି 150ରୁ 200 ଭାଇ ଭଉଣୀଙ୍କ ଉପସ୍ଥିତରେ କରାଯାଇଥିଲା ଏହି ଉତ୍ସବଟି କୋଭିଡ 19କୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରି ନରସିଂହପୁରର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ମାନ୍ୟ ଗଣ ଅତିଥି ମାନଙ୍କୁ ରକ୍ଷା ବନ୍ଧନ ଆଧ୍ୟାତ୍ମିକ ରହସ୍ୟ ସହିତ ରାଖୀ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ପରିଚାଳିକା ବ୍ରହ୍ମ କୁମାରୀ ଅନୁପମା ଭଉଣୀ ପୁଷ୍ପ ଭଉଣୀ ତଥା ବ୍ରହ୍ମ କୁମାର ପ୍ରହଲ୍ଲାଦ ପରିଚାଳନା କରିଥିଲେ ତତ ସହିତ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ପ୍ରୀତିଶ କୁମାର ରଥ ଆଡିସିନାଲ ତହସିଲଦାର, ନରସିଂହପୁର ଥାନା ଅଧିକାରୀ, ପୂର୍ବାଞ୍ଚଳ ଓ ପଶ୍ଚିମଞ୍ଚଳ,ବନ ବିଭାଗ ଓ କୃଷି ଅଫିସ, ବ୍ଲକ ଅଫିସ, ନରସିଂହପୁର ଜେଲର ସମସ୍ତ ଅନ୍ତେବାସୀଙ୍କୁ ରାଖୀ ପ୍ରଦାନ କରାଯାଇଥିଲା ଅଧକ୍ଷ କିଶୋର ଚନ୍ଦ୍ର ମିଶ୍ର, ସରପଂଚ ପ୍ରଭାକର ମିଶ୍ର, ଦୁର୍ଗାପ୍ରସାଦ ମିଶ୍ର,କୁଳମଣି ବାରିକ ଏହି ମାନ୍ୟ ଗଣ ବ୍ୟକ୍ତିଙ୍କୁ ଏହି ଉତ୍ସବ ରେ ସାମିଲ କରାଯାଇଥିଲା । ସେହିପରି ଘର ମାନଙ୍କରେ ରଖିଥିବା ଗୋ ମାତାଙ୍କୁ ମଧ୍ୟ ଆଜି ପୂଜାର୍ଚନା କରି ରାଖୀ ବାନ୍ଧି ପିଠା ପଣାର ଆସର ଜମିଥିବାର ଦେଖା ଦେଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More