କଟକ(ସଂଘର୍ଷ ମିଡିଆ ) : ନରସିଂହପୁରରେ ସବଜଜ୍ କୋର୍ଟ ଖୋଲିବା ନେଇ ରାଜ୍ୟ ସରକାର କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ ପରେ ଓକିଲ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ସଭାପତି ନିର୍ମଳେନ୍ଦୁ ମିଶ୍ର। ଏନେଇ ବିଧବଦ୍ଧ ପତ୍ର ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ହସ୍ତଗତ ହୋଇନାହିଁ । ସଂଘର ସଭାପତି ଆଇନଜୀବୀ ନିର୍ମାଳେନ୍ଦୁ ମିଶ୍ରଙ୍କୁ ବିଧାୟକ ଦେବୀ ପ୍ରସାଦ ମିଶ୍ର ଦୂରାଭାଷ ମାଧ୍ୟମରେ ବୁଧବାର ଅପରାହ୍ନରେ କୋର୍ଟ ଖୋଲିବା ନେଇ ସୂଚନା ଜଣାଇଥିବା ପ୍ରକାଶ। ସୂଚନାଥାଉକି ନରସିଂହପୁର ଓକିଲସଂଘ ତରଫରୁ ନରସିଂହପୁରରେ ଏକ ସବଜଜ୍ କୋର୍ଟ ଖୋଲାଯିବା ଦାବିନେଇ ବହୁବାର ଆନ୍ଦୋଳନ କରାଯାଇଥିଲା। ଏପରିକି ପ୍ରତିମାସର ଶେଷ କାର୍ଯ୍ୟଦିବସରେ ଓକିଲସଂଘ ତରଫରୁ ପ୍ରତୀକାତ୍ମକ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଉଥିଲା । ଅନୁରୂପଭାବେ ଓକିଲସଂଘ ତରଫରୁ ମଧ୍ୟ ଉଚ୍ଚନ୍ୟାୟାଳୟ ମୁଖ୍ୟ ବିଚାରପତି ତଥା ଜିଲା ଦୌରାଜଜ୍ ର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଶେଷରେ ଜନତାଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ବହୁଦିନର ଏହି ଦାବିକୁ ପୂରଣ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ସାମ୍ବାଦିକ ସମ୍ମିଳନୀରେ ପୀତବାସ ମହାପାତ୍ର,ଅମର ସିଂହ, ବିଭୁ ପ୍ରସାଦ ମିଶ୍ର, ଗୋଲକ ବିହାରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।