ନରସିଂହପୁରରେ ଆରଟିଆଇ କର୍ମୀଙ୍କୁ ୪ଲକ୍ଷ, ୪୪ହଜାର ୮୨୬ଟଙ୍କା ଦିଅ, ଆରଟିଆଇ ତଥ୍ୟ ନିଅ ବୋଲି ଆସିଲା ନୋଟିସ

10

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : ନରସିଂହପୁରରେ ଆରଟିଆଇ କର୍ମୀ ଙ୍କୁ ୪ଲକ୍ଷ୪୪ହଜାର ୮୨୬ଟଙ୍କା ଦିଅ ଆରଟିଆଇ ତଥ୍ୟ ନିଅ ବୋଲି ଆସିଲା ନୋଟିସ । ଇତିହାସ ରଚିଲା ନରସିଂହପୁର ବ୍ଲକ। ୪ଲକ୍ଷ୪୪ହଜାର ୮୨୬ଟଙ୍କା ଦିଅ ଆରଟିଆଇ ତଥ୍ୟ ନିଅ !! କଟକ ନରସିଂହପୁର ବ୍ଲକରୁ ତଥ୍ୟ ନେବାକୁ ହେଲେ ସୂଚନା ଅଧିକାର କର୍ମୀ ଙ୍କୁ ଜନସୂଚନା ଅଧିକାରୀ ଙ୍କ ନିକଟରେ ୪ଲକ୍ଷ୪୪ହଜାର ୮୨୬ଟଙ୍କା ପୈଠ କଲେ ଯାଇ ସୂଚନାଅଧିକାର ଆଇନରେ ତଥ୍ୟ ପାଇବାପାଇଁ ନରସିଂହପୁର ସୂଚନା ଅଧିକାର କର୍ମୀ ବିଷ୍ଣୁ ସେଠି ଙ୍କୁ ଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି ନରସିଂହପୁର ର ପିଆଇଓ ତଥା ଜନସୂଚନା ଅଧିକାରୀ । ଇତିହାସ ରଚିଲା ନରସିଂହପୁର ବ୍ଲକ। ୪ଲକ୍ଷ୪୪ହଜାର ୮୨୬ଟଙ୍କା ଦିଅ ଆରଟିଆଇ ତଥ୍ୟ ନିଅ !! କଟକ ନରସିଂହପୁର ବ୍ଲକରୁ ତଥ୍ୟ ନେବାକୁ ହେଲେ ସୂଚନା ଅଧିକାର କର୍ମୀ ଙ୍କୁ ଜନସୂଚନା ଅଧିକାରୀ ଙ୍କ ନିକଟରେ ୪ଲକ୍ଷ୪୪ହଜାର ୮୨୬ଟଙ୍କା ପୈଠ କଲେ ଯାଇ ସୂଚନାଅଧିକାର ଆଇନରେ ତଥ୍ୟ ପାଇବାପାଇଁ ନରସିଂହପୁର ସୂଚନା ଅଧିକାର କର୍ମୀ ବିଷ୍ଣୁ ସେଠି ଙ୍କୁ ଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି ନରସିଂହପୁର ର ପିଆଇଓ ତଥା ଜନସୂଚନା ଅଧିକାରୀ । ତେବେ ସୂଚନାଯୋଗ୍ୟ କି ଗତ ଜୁନ ମାସ ୨୭ତାରିଖ ଦିନ ନରସିଂହପୁର ଜନସୂଚନା ଅଧିକାରୀ ଙ୍କୁ ନରସିଂହପୁର ର ଜଣେ ସୂଚନା ଅଧିକାର କର୍ମୀ ନରସିଂହପୁର ବ୍ଲକ ରେ ୨୦୧୫ ମସିହା ଠାରୁ ୨୦୨୨ ମସିହା ଜୁନ ମାସ ପର୍ଯ୍ୟନ୍ତ ବ୍ଲକ ର ୩୭ଟି ପଞ୍ଚାୟତ କୁ କେବେ ମହିଳା ମହାସଂଘ ଗଠନ ପାଇଁ ନୋଟିସ କରାଯାଇଥିଲା ଏବଂ ସେହି ନୋଟସ ଅନୁଯାୟୀ ନରସିଂହପୁର ବ୍ଲକରୁ କେବେ ସମସ୍ତ ପଂଚାୟତ କୁ ନୋଟିସ ହୋଇଥିଲା ଏବଂ ମହିଳା ସଙ୍ଘ ଗଠନ କେଉଁ ପଞ୍ଚାୟତ ରେ କେଉଁ ସରକାରୀ କର୍ମଚାରୀ ଙ୍କ ସିଆରପି ଓ ଜିପିଏଲଏଫ ଙ୍କ ଉପସ୍ଥିତ ରେ କେତେ ତାରିଖରେ ହୋଇଥିଲା ଓ ତାଙ୍କ ଯୋଗ୍ୟତାର ପ୍ରମାଣ ପତ୍ର ପ୍ରଦାନ କରିବା ପାଇଁ ନିବେଦନ କରିଥିଲେ। ତତ୍ ସହିତ ମହିଳା ମହାସଂଘ ଗଠନ ପରେ କେଉଁ କେଉଁ ପଂଚାୟତରେ ମହାସଂଘ ମାନଙ୍କୁ ଓଏଲଏମ ଓ ବିଏଲଏମ ତରଫରୁ କେତେ ଅର୍ଥ ମଞ୍ଜୁରୀ କରାଯାଇଥିଲା ଏବଂ କେଉଁ ବ୍ୟାଙ୍କ ଆକାଉଣ୍ଟ ରୁ ଯାଇଥିଲା ଏବଂ ମହାସଂଘ ନେବାର ବ୍ୟାଙ୍କ ଆକାଉଣ୍ଟ ର ନେଣ ଓ ଦେଣ ସମ୍ପର୍କିତ ତଥ୍ୟ ମାଗିଥିଲେ । ସେହିପରି ବ୍ଲକ ଓ ପଂଚାୟତ ମହିଳା ମହାସଂଘ ପକ୍ଷରୁ ଖର୍ଚ୍ଚର ବିଲ ଭାଉଚର,ୟୁସି,ସିସି ର ନକଲ ଦେବାପାଇଁ ମଧ୍ୟ ସେ ତଥ୍ୟ ରେ ଉଲ୍ଲେଖ କରିଥିଲେ। ଏହି ସମ୍ପର୍କିତ ତଥ୍ୟ ର ନକଲ ସେ ମାଗିଥିବା ବେଳେ ବ୍ଲକରୁ ତଥ୍ୟ ନେବାକୁ ହେଲେ ସୂଚନା ଅଧିକାର କର୍ମୀ ବିଷ୍ଣୁ ସେଠି ଙ୍କୁ ଜନସୂଚନା ଅଧିକାରୀ ଙ୍କ ନିକଟରେ ୪ଲକ୍ଷ୪୪ହଜାର ୮୨୬ଟଙ୍କା ପୈଠ କଲେ ଯାଇ ସୂଚନାଅଧିକାର ଆଇନରେ ତଥ୍ୟ ଦିଆ ଯିବ ବୋଲି ବିଭାଗ ପକ୍ଷରୁ ଚିଠି ଆସିଛି। ପରବର୍ତ୍ତୀ ମୁହୂର୍ତ୍ତରେ ଆମ୍ଭେ ବ୍ଲକ ଜନ ସୂଚନା ଅଧିକାରୀ ଜ୍ୟୋତିରଞ୍ଜନ ସାହୁ ଙ୍କ ସହ ଯୋଗାଯୋଗ କରିଥିଲୁ। ସେ କହିଛନ୍ତି କି ଶ୍ରୀ ସେଠି ଯେଉଁ ପରିମାଣର ତଥ୍ୟ ମାଗିଛନ୍ତି ତାର ସମ୍ପୂର୍ଣ୍ଣ ତଥ୍ୟର ନକଲ କୁ ହିସାବ କୁ ନିଆଗଲେ ସମୁଦାୟ ୪ଲକ୍ଷ୪୪ହଜାର୮୨୬ଟଙ୍କା ହିଁ ହେଉଛି।ଏବଂ ଏହି ତଥ୍ୟ ଆମକୁ ଓଡିଶା ଜୀବିକା ମିଶନ ର ନରସିଂହପୁର ଶାଖା ଅଫିସ ରୁ ହିଁ ମିଳିଛି ଆଉ ତଥ୍ୟ ସଂଗ୍ରହ କରି ଦେଇଛନ୍ତି ମିଶନ ଶକ୍ତିର ନରସିଂହପୁର ବ୍ଲକ ସଂଯୋଜକ ମହେନ୍ଦ୍ର କୁଣ୍ଡୁ ବୋଲି ବ୍ଲକ ଜନ ସୂଚନା ଅଧିକାରୀ ଜ୍ୟୋତିରଂଜନ ସାହୁ କହିଛନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ ଆମେ ଶ୍ରୀଯୁକ୍ତ କୁଣ୍ଡୁ ବାବୁ ଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ। ତେବେ ଏହି ଘଟଣା ଏବେ ନରସିଂହପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ସୂଚନା ର ତଥ୍ୟ ର ଦାମ ଯେ ଏତେ ହେବ ତାହା ଶୁଣିଲେ ହିଁ ଆଶ୍ଚର୍ଯ୍ୟ ଲାଗୁଚି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More