କଟକ(ସଂଘର୍ଷ ମିଡିଆ ) : : ନରସିଂହପୁର ବ୍ଲକ ବନ୍ଧହୁଡା ଗ୍ରାମ ର ମହେଶ୍ବର ସାହୁ ନାମକ ଜଣେ ବ୍ୟକ୍ତି ଏକ ଫାର୍ମ କରି ସେଥିରେ ଏକ ହଜାର ରୁ ଉର୍ଦ୍ଧ୍ବ କୁକୁଡ଼ା ରଖି ଥିବା ବେଳେ ଏହାର ଚାହିଦା ମଧ୍ୟ ଦେଖିବାକୁ ମିଳୁଛି। କୁକୁଡ଼ା ଫାର୍ମ କରି ରୋଜଗାର କ୍ଷମ ହୋଇ ପାରିଛନ୍ତି ।ଏହାକୁ ଦେଖିବା ଲାଗି ସାଲେପୁର ,ମାହାଙ୍ଗା ,ନିଶ୍ଚିନ୍ତକୋଇଲି ରୁ ଚାଷୀ ମାନେ ଆସି ବୁଲି ଦେଖିବା ସହ କିପରି ଉର୍ଣ୍ଣତି ହୋଇପାରିବ ବୁଝିଥିଲେ । ତେବେ ଏହାର ତଦାରଖ ଏବଂ ରୂପରେଖର ତଦନ୍ତ ପାଇଁ ଏକ ପ୍ରତିନିଧିତ୍ୱ ଦଳ ପରିଦର୍ଶନ ରେ ଆସିଛନ୍ତି।ତେବେ ଅଣ୍ଡା ଦିଆ କୁକୁଡ଼ା କେଜ ମାଧମ ରେ ରହିଥିବା ବେଳେ ଦୈନିକ ଏକ ହଜାର କୁକୁଡ଼ା ରୁ ପ୍ରାୟ ୮୦୦ରୁ ଉର୍ଦ୍ଧ୍ବ ଅଣ୍ଡା ଦେଉଥିବା କହିଛନ୍ତି ବ୍ୟବସାୟୀ । ଏବଂ ଦୈନିକ ଏକହଜାର ରୁ ଉର୍ଦ୍ଧ୍ବ ଟଙ୍କା ରୋଜଗାର କରୁଛନ୍ତି। ତେବେ ଏଥିରେ କୁକୁଡ଼ା ଚାଷ କରି ଜଣେ ଚାଷୀ ନିଜର ପରିବାର ପ୍ରତିପୋଷଣ ଓ ଲାଭ ବାନ ହୋଇପାରିବ ବୋଲି କହିଛନ୍ତି ସଫଳ ଚାଷୀ ମହେଶ୍ବର ସାହୁ । ସେହିପରି ପଶୁ ସମ୍ପଦ ବିଭାଗର ଭେଟନାରୀ ଡାକ୍ତର ବିଜୟ କୁମାର ସେନାପତି କହିଛନ୍ତି ଏହି ସବୁ ପକଳ୍ପ ପାଇଁ ସରକାର ୮ଲକ୍ଷ ଟଙ୍କାର ପ୍ରୋଛାହନ ଦିଆଯାଉଛି। ଏବଂ ସେଥିରେ ୨୦ ପ୍ରତିଶତ ରିହାତି ମଧ୍ୟ ମିଳୁଛି।