ନରସିଂହପୁର (ସଂଘର୍ଷ ମିଡିଆ) ନରସିଂହପୁର ଅଂଚଳକୁ ରେଳ ଲାଇନ ସମ୍ପ୍ରସାରଣ ପାଇଁ ଓକିଲ ସଂଘ ପକ୍ଷରୁ ଏକ ବୈଠକ ଓକିଲ ସଂଘ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି। ରେଳ ବିଭାଗ ପକ୍ଷରୁ ଓଡ଼ିଶାର ତାଳଚେର ରୁ ଗଂଜାମ ଜିଲ୍ଲାର ଗୋପାଳପୁର ପର୍ଯ୍ୟନ୍ତ ଏକ ରେଳ ଲାଇନ ସଂଯୋଗ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ୮୬୪ କୋଟି ଟଙ୍କା ମଧ୍ୟ ଅଟକଳ କରାଯାଇଛି ହେଲେ ବିଡ଼ମ୍ବନା ଏହି ସର୍ଭେରେ କଟକ ବଡମ୍ବା ଦେଇ ରେଳ ସଂଯୋଗ ଅସନ୍ତୋଷ ପ୍ରକାଶ କରି ଉକ୍ତ ରେଳ ସେବା କୁ ନରସିଂହପୁର ଅଞ୍ଚଳ ଦେଇ କଣ୍ଟିଲୋ ମଧ୍ୟକୁ ଯିବା ପାଇଁ ଦାବି କରିଛି ଓକିଲ ସଂଘ । ଏ ନେଇ ବିଧାୟକ ଙ୍କର ସମେତ କେନ୍ଦ୍ର ରେଳ ମନ୍ତ୍ରୀ ଙ୍କର ଉଦେଶ୍ୟ ଏକ ଦାବିପତ୍ର ପ୍ରଦାନ କରାଯାଇଛି।