ନରମିଲେ ଜିଲ୍ଲାପାଳ ,ଛୁ ମାରିଲେ ଜିଲ୍ଲା ଶିକ୍ଷାଧିକାରୀଣୀ

12

Get real time updates directly on you device, subscribe now.

କାମାକ୍ଷାନଗର(ସଂଘର୍ଷ ମିଡିଆ ) :- ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ । ଆମେ ଏ ଉକ୍ତିଟି ଏଥିପାଇଁ କହୁଛୁ । ଆମେ ଗଣଶିକ୍ଷା ବିଭାଗର ନଗ୍ନ ଚିତ୍ରକୁ ସାମ୍ନାକୁ ଆଣିଥିଲୁ । ଯାହାକୁ ନେଇ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀଣୀ ମହୋଦୟା ଏକ ଚିଠି ଜାରି କରିଥିଲେ । ସାମ୍ବାଦିକଙ୍କୁ ସ୍କୁଲ ପରିସରକୁ ମନା । ସ୍କୁଲ ଭିତରେ ପଶିଲେ ଦର୍ଜ ହେବ FIR । ତେବେ ପ୍ରଥମେ ପିଲା ମାନେ ନିଜ ଶ୍ରେଣୀର ନାମର ବନାନ ଓ ପଣକିଆ ଏବଂ ସଂଖ୍ୟା ଭୁଲ କହିଲେ । ପରେ ସପ୍ତମ ଶ୍ରେଣୀର ଶ୍ରେଣୀ ଶିକ୍ଷକ ମହୋଦୟ ୪୯ ରୁ ୧୨ ଗଲେ କହି ପାରିଲେ ନାହିଁ କି ଓଡ଼ିଆ ବର୍ଣ୍ଣମାଳା ଓ ଗଣିତ ବିଷୟରେ ଜାଣିନଥିବା ସ୍ୱୀକାର କଲେ । ଏବେ ପରଜଙ୍ଗ ଓ କଙ୍କଡାହାଡ଼ ଦୁଇଟି ବ୍ଲକର ଶିକ୍ଷାଧିକାରୀ ହରିହର ଦେହୁରୀ ସାର ଯେଉଁ ଚିଠି ପ୍ରଧାନ ଶିକ୍ଷକ ଓ ଶିକ୍ଷକ ମାନଙ୍କୁ ଲେଖିଛନ୍ତି ତାହା ସମ୍ପୂର୍ଣ୍ଣ ଇଂରାଜୀ ଭୁଲ । ହରିହର ବାବୁଙ୍କ ଦୁଇ ଦୁଇଟି ବ୍ଲକର ଶିକ୍ଷା ସମ୍ଭାଳୁଛନ୍ତି ଅର୍ଥାତ ସାରଙ୍କ ପ୍ରେସର ପ୍ରବଳ କିନ୍ତୁ ଇଂରାଜୀ ପୁରା ଦୁର୍ବଳ । ସେ ଚିଠିର କିଛି ମାଆ ବାପା ନାହିଁ । ନା ଠିକ ଅଛି ଇଂରାଜୀ ବନାନ ,ନା ବାକ୍ୟ ସଂଯୋଜନା ଠିକ ଅଛି । ଅର୍ଥାତ ସାର କର୍ତ୍ତା, କର୍ମ ଓ କ୍ରିୟାର ଧଜିଆ ଉଡେଇ ଦେଇଛନ୍ତି । ଏ ନେଇ ଆମେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ତେବେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ କହିଛନ୍ତି । ତେବେ କାମାକ୍ଷାନଗର ସାମ୍ବାଦିକ ସଂଘ ପକ୍ଷରୁ ମାନ୍ୟବର ରାଜ୍ୟପାଳ ,ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିସହିତ କଙ୍କଡାହାଡ଼ ସାମ୍ବାଦିକ ସଂଘ ପକ୍ଷରୁ ମଧ୍ୟ ଜିଲ୍ଲାପାଳଙ୍କୁ ଜିଲ୍ଲା ଶିକ୍ଷା ବିଭାଗର ସେହି ଚିଠି ପ୍ରତ୍ୟାହାର ପାଇଁ ଏକ ଦାବି ପ୍ରଦାନ କରାଯାଇଛି । ଏ ନେଇ ଢେଙ୍କାନାଳ ଜିଲ୍ଲାପାଳ ମହୋଦୟ ସାମ୍ବାଦିକଙ୍କ ପ୍ରବେଶକୁ କୌଣସି ବାରଣ ନଥିବା କହିଛନ୍ତି । ଏବଂ ସେ ଏହି କଥା ମଧ୍ୟ କହିଛନ୍ତି ଯେ ଆପଣ ମିଡ଼ିଆ ବନ୍ଧୁ ମାନେ କ୍ଲାସ ଟାଇମରେ ବିଦ୍ୟାଳୟକୁ ପଶିବେ ନାହିଁ । ବିଦ୍ୟାଳୟ କମିଟି ଓ ପ୍ରଧାନ ଶିକ୍ଷକଙ୍କ ସହିତ କଥା ହୋଇ ଯେ କୌଣସି ସମ୍ପର୍କରେ ବୁଝି ପାରିବେ । ତେବେ ସାମ୍ବାଦିକ ବନ୍ଧୁମାନେ ଯେତେବେଳେ କଙ୍କଡାହାଡ଼ ଠାରେ ଚାଲିଥିବା ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିକୁ ଦାବିପତ୍ର ଦେବାପାଇଁ ଯାଇଥିଲେ । ସେଠାରେ ନା ଉପସ୍ଥିତ ଥିଲେ ଜିଲ୍ଲା ଶିକ୍ଷାଧିକାରୀଣୀ କିମ୍ବା ବ୍ଲକ ଶିକ୍ଷାଧିକାରୀ । ସାମ୍ବାଦିକଙ୍କ ପ୍ରଶ୍ନ ବାଣରେ ଘାଇଲା ହେବା ଭୟରେ ଅଧିକାରୀ ବାବୁ ଓ ବାବୁ ଆଣି ଫେରାର । ଏଠି ଆପଣ ମାନେ ଶିକ୍ଷା ବ୍ୟବସ୍ଥାର ଖସଡ଼ାକୁ ସ୍ପଷ୍ଟ ଭାବରେ ଜାଣି ପାରୁଥିବେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More