ନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ଝିଅ ଘର ସଦଶ୍ୟ

18

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଗୋବିନ୍ଦପୁର ଥାନା ଅନ୍ତର୍ଗତ ଝାରପଡା ପଂଚାୟତ ବଡ଼ ୱଉବରାଇ ଗ୍ରାମରେ ଗତ ସୋମବାର ରାତିରେ ଦୀପ୍ତିମୟିଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।ୱଉବରାଇ ଗ୍ରାମର ରମେଶ ଚନ୍ଦ୍ର ମିଶ୍ରଙ୍କ ବଡ଼ ପୁଅ ରଶ୍ମିରଞ୍ଜନ ମିଶ୍ର ଯାଜପୁର ଜିଲ୍ଲା କୋରେଇ ଅଂଚଳର ଦୀପ୍ତିମୟୀଙ୍କୁ ବିବାହ କରିଥିଲେ।ରଶ୍ମିରଞ୍ଜନଙ୍କ ନାମରେ ଆଗରୁ ଏକ କେସ ଥିବାର ଦୀପ୍ତିମୟୀଙ୍କ ବାପଘର ଲୋକେ କହିଛନ୍ତି। କେସ ଦିନ ଠାରୁ ରଶ୍ମିରଞ୍ଜନ ଘରେ ରୁହନ୍ତି ନାହିଁ ବୋଲି ମଧ୍ୟ କହିଛନ୍ତି। ଦୀପ୍ତିମୟୀଙ୍କର ଏକ ସାତ ମାସର ଝିଅ ଅଛି । ଦୀପ୍ତିମୟୀଙ୍କ ବାପଘର ଲୋକଙ୍କ ଅଭିଯୋଗ ଶାଶୂ ଘର ଲୋକେ ହତ୍ୟା କରିଛନ୍ତି ବୋଲି ଗୋବିନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି। ଶଶୁରଙ୍କ କହିବା କଥା ରାତିରେ ଖାଇସାରି ସମସ୍ତେ ସୋଇଥିଲେ। ରାତି ପ୍ରାୟ୧୦ଟା୩୦ରୁ ୧୧ଘଟିକା ମଧ୍ୟରେ ଝିଅଟି ଜୋରରେ କାନ୍ଦିବା ଶୁଣି ପରିବାର ଲୋକେ ଦେଖିବାକୁ ପାଇଥିଲେ , ମୁର୍ମୁସ ଅବସ୍ଥାରେ ବୋହୁ ପଡିଛି। ସଂଗେ ସଂଗେ ଅଡ଼ଶପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।ଡାକ୍ତର ସେଠାରେ ଦୀପ୍ତିମୟୀଙ୍କୁ ମୃତ ଘୋଷଣା କରିଥିଲେ। ଗୋବିନ୍ଦପୁର ଥାନା ଆଇଆଇସି ରବିନାରାୟଣ ବେହେରା,କଣ୍ଟାପଡା ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ କଟକ ବଡ଼ ମେଡ଼ିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। କଟକ ଜିଲ୍ଲା ଗ୍ରାମାଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More