ନବ ବିବାହିତାଙ୍କୁ ଶଶୁର ଘର ଲୋକେ ବାଡେଇ ବାଡେଇ ମାରିଦେଇଥିବା ଅଭିଯୋଗ ଆଣିଲେ ଝିଅର ବାପଘର ଲୋକେ

15

Get real time updates directly on you device, subscribe now.

ଖୋର୍ଦ୍ଧା (ସଂଘର୍ଷ ମିଡିଆ) : ଖୋର୍ଦ୍ଧା ଜିଲାର ବାଲୁଗାଁ ଥାନା ନିକଟସ୍ଥ ସିଙ୍ଗେଶ୍ବର ଗ୍ରାମାରେ ଘଟିଛି ଏକ ଅଭାବନୀୟ ଘଟଣା । ନବ ବିବାହିତାଙ୍କୁ ଶ୍ବସୁର ଘର ଲୋକେ ବାଡେଇ ବାଡେଇ ମାରିଦେଇଥିବା ଅଭିଯୋଗ କରିଛନ୍ତି ଝିଅର ବାପ ଘରଲୋକେ । ଏନେଇ ଦୁଇ ଜଣଙ୍କୁ ଅଟକ ରଖିଛି ବାଲୁଗାଁ ପୋଲିସ । ଗତ ଦୁଇବର୍ଷ ତଳେ ପୁରିଜିଲ୍ଲା କୃଷ୍ଣପ୍ରସାଦ ମୋରଡା ଗାଁର ସ୍ବାଗତିକା ପଣ୍ଡା , ବାଲୁଗାଁ ସିଙ୍ଗେଶ୍ବରର ଗ୍ରାମର ଅରୁଣ ହୋତାଙ୍କ ପୁଅ ପ୍ରିତମ ହୋତାଙ୍କୁ ବିବାହ କରିଥିଲେ । ପୂର୍ବରୁ ବାରମ୍ବାର ଯୌତୁକ ଜନିତ ଅତ୍ୟାଚାର କରୁଥିବା ଏବଂ ଗତ କାଲି ରାତିରେ ଶାଶୁ ଶ୍ବସୁର ଓ ସ୍ବାମୀ ବାଡେଇ ବାଡେଇ ମରିଥିବା ବାଲୁଗାଁ ଥାନାରେ ଅଭିଯୋଗ କରିଛନ୍ତି ଝିଅର ଭାଇ । ରାତିରେ ବାଲୁଗାଁ ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ସଂକ୍ରାନ୍ତରେ ପୋଲିସ ଶ୍ବଶୁର ଅରୁଣ ହୋତା ଓ ସ୍ବାମୀ ପ୍ରିତମକୁ ଗିରଫ କରିଥିବା ସୂଚନା ଦେଇଛନ୍ତି ବାଲୁଗାଁ ଏସ୍ଡିପିଓ ମାନସ ରଞ୍ଜନ ବାରିକ । ପୋଷ୍ଟମଟମ ରିପୋର୍ଟ ଆସିଲା ପରେ ସବୁ ଜଣାପଡିବ ବୋଲି କହିଛି ବାଲୁଗାଁ ପୋଲିସ । ଖୋର୍ଦ୍ଧାରୁ ବିରେନ କୁମାର ସାହୁଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More