କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : ନବ ବର୍ଷ ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲାର ଶକ୍ତିପୀଠ ମା ଦରିଆ ରାମଚଣ୍ଡୀ ପୀଠରେ ଝାମୁଯାତ୍ରା ଅନୁଷ୍ଠିତ ହେଉଅଛି । ମହାମାରୀ କରୋନା ପାଇଁ ବିଗତ ଦୁଇବର୍ଷ ଧରି ଝାମୁଯାତ୍ରା ବନ୍ଦ ରହିଥିଲା । ମହାମାରୀ କରୋନା କଟକଣା ରେ ସୁଧାର ଆସିବାରୁ ଚଳିତବର୍ଷ ଝାମୁଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛନ୍ତି । ମା ଦରିଆପାରି ରାମଚଣ୍ଡୀ ଙ୍କ ପୀଠରେ ମନୋଷ୍କାମନା ରଖିଲେ ପୂରଣ ହୋଇଥାଏ ବୋଲି ଭକ୍ତ ମାନଙ୍କର ବିଶ୍ବାସ ରହିଛି । ଯେଉଁଥିପାଇଁ କେନ୍ଦ୍ରାପଡା ଜିଲ୍ଲା ଜିଲ୍ଲା କଣ ବିଭିନ୍ନ ରାଜ୍ୟରୁ ଭକ୍ତ ଙ୍କର ଭିଡ ଦେଖିବାକୁ ମିଳିଥାଏ । ଆଜି ମା ଙ୍କର ଝାମୁଯାତ୍ରା ରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କର ଭିଡ ପରିଲକ୍ଷିତ ହୋଇଛି । କେବଳ ଭକ୍ତ ନୁହଁନ୍ତି ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ଯ ମାଙ୍କ ଦର୍ଶନ ପାଇଁ ରାମନଗର ମା ଦରିଆପାରି ରାମଚଣ୍ଡୀ ପୀଠରେ ପହଞ୍ଚିଥାନ୍ତି । ଯେଉଁ ଭକ୍ତ ମାନଙ୍କର ମନୋସ୍କାମନା ପୂରଣ ହୁଏ ସେମାନେ ମଧ୍ଯ ପୀଠରେ ପହଞ୍ଚିଥାନ୍ତି । ଝାମୁଯାତ୍ରା ରେ ଭକ୍ତ ମାନେ ଜଳନ୍ତା ନିଆଁ ରେ ଚାଲୁଥିବାର ଦେଖିବାକୁ ମିଳିଥାଏ ଯାହାକୁ ଦେଖିବାପାଇଁ ବହୁ ଭିଡ ହୋଇଥାଏ । ଯେଉଁଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରା ଯାଇଛି ।