ଭଞ୍ଜନଗର(ସଂଘର୍ଷ ମିଡିଆ ) :- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଜଗନ୍ନାଥପ୍ରସାଦ ବ୍ଲକ ଖେତମୁଣ୍ଡାଳି ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଛି ଗ୍ରାମ ବିକାଶ ଏନ୍.ଜି.ଓ ସଂସ୍ଥା । ଗ୍ରାମ ବିକାଶ ଆଜକୁ ପ୍ରାୟ ୪୦ ବର୍ଷ ହେବ ଲୋକଙ୍କୁ ସେବା ଦେଇ ଆସୁଛି । ଗତ ମହାମାରୀ ସମୟରେ ଲୋକଙ୍କ ସହ ରହି କାମ କରିଥିଲା । ଗ୍ରାମ ବିକାଶର ଏଭଳି କର୍ଯ୍ୟକୌଶଳ ଦେଖି ଲୋକମାନେ ବି ଖୁବ୍ ଖୁସି ରେ ଥିବା ଜଣାପଡୁଛି ।ଆଜିର ଏହି ସଭାରେ ମୁଖ୍ୟ ଅତିଥି ଭାବେ ଫ୍ରାନ୍ସଚାଇଜର ମ୍ୟାନେଜର, ଜି.ଆର୍.ଏସ୍ ରାଜେଶ କୁମାର ଓଡ଼ନ୍ଦ୍ର, କ୍ଷେତମୁଣ୍ଡାଳୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସବିତା ପ୍ରଧାନ, ସମିତି ସଭ୍ୟ ନୀଳାଚଳ ଖିଲାର ଏବଂ ୱାର୍ଡ ମେମ୍ବର ପ୍ରମୁଖ ଯୋଗଦେଇ ପଞ୍ଚାୟତ ରେ ବିଭିନ୍ନ ପ୍ରକଳ୍ପ ଯଥା ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଗମନାଗମନ କିଭଳି ଭାବରେ କାର୍ଯ୍ୟ ଚାଲିଛି ଏଥି ସହିତ ଲୋକଙ୍କ ସହ ଆଗକୁ କେମିତି ମିଳିମିଶି ରହିବା ସେ ବିଷୟରେ ଆଲୋଚନା ହୋଇଥିଲା ।