ନବରାତ୍ରୀର ତୃତୀୟ ଦିନରେ ମାତା ସୁରେଶ୍ୱରୀଙ୍କ ଷୋଡ଼ଶୀ ବେଶ

14

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) : – ଆଜି ନବରାତ୍ରୀ ର ତୃତୀୟ ଦିବସରେ ମାଁ ସୁରେଶ୍ୱରୀ ଷୋଡ଼ଶୀ (ତ୍ରିପୁରା ସୁନ୍ଦରୀ) ବେଶଧାରଣକରି ଭକ୍ତମାନଙ୍କୁ ଦର୍ଶନଦେଉଛନ୍ତି। ମାତାଙ୍କ ଏହି ରୂପରେ ଅତ୍ୟନ୍ତ ଶାନ୍ତସ୍ୱରୂପ ଯୋଗୁଁ ଭୟମୁକ୍ତ ହୋଇ ଭକ୍ତବୃନ୍ଦ ମାଆଙ୍କପାଖକୁ କୃପାଭିକ୍ଷା ସକାଶେ ପ୍ରାର୍ଥନା ଓ ପୂଜାର୍ଚ୍ଚନା ସକାଶେ ଆସୁଥିବା ଦେଖିବାକୁ ମିଳିଛି। ଏହି ରୂପରେ ମାଆଙ୍କୁ ଦର୍ଶନ କରିବାଦ୍ୱାରା ମନରେ ଅପାର ଆତ୍ମସନ୍ତୋଷ ସହ ମନୋବାଂଛିତଆଶା ଓ ଆକାଂକ୍ଷା ପୁରଣ ହୋଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଅଛି। ପୌରାଣିକକଥା ଅନୁଯାୟୀ ଭଣ୍ଡାସୁର ନାମକ ଅସୁରର ଅତ୍ୟାଚାର ଓ ଦୌରାତ୍ମ୍ୟରୁ ରକ୍ଷା ସକାଶେ ଦେବରାଜଇନ୍ଦ୍ର ମଧ୍ୟ ମାତା ତ୍ରିପୁରା ସୁନ୍ଦରୀଙ୍କ ଆରାଧନା କରିଥିବା ଜଣାଯାଏ।ଉକ୍ତ ସମୟରେ ମାତା ଭଣ୍ଡାସୁରକୁ ବଧକରି ଦେବତାମାନଙ୍କୁ ଭୟମୁକ୍ତ କରିଥିଲେ। ସେଥିପାଇଁ ନବରାତ୍ରୀ ସମୟରେ ମାଆଙ୍କ ଏହି ଶାନ୍ତ ସ୍ୱରୂପକୁ ଆରାଧନା ଓ ପୂଜାର୍ଚ୍ଚନା କରିବାଦ୍ୱାରା ଭୟମୁକ୍ତ ଜୀବନ ମିଳିପାରିଥାଏ ବୋଲି ବିଶ୍ଵାସ ରହିଛି। ଏଣୁ ଏପରି ଦୁର୍ଲଭ ବେଶ ସବୁକୁ ସ୍ୱଚକ୍ଷୁରେ ଦର୍ଶନ କରି ଭକ୍ତମାନେ ବିମୋହିତ ହୋଇଥିବା ଲକ୍ଷ୍ୟ କରାଯାଇଛି। ସୁବର୍ଣ୍ଣପୁରରୁ ରାଜ କିଶୋର ତିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଊଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More