ନବରଙ୍ଗପୁର(ସଂଘର୍ଷ ମିଡିଆ ) : ସାରା ଭାରତରେ ସ୍ୱଚ୍ଚ ଭାରତ ଅଭିଯାନକୁ ଆଗେଇ ଚାଲିଥିବା ବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶ ନୀତିରେ ଅନୁପ୍ରାଣିତ ହୋଇ ନବରଙ୍ଗପୁର ସହର ୧୬ ନଂ ୱାର୍ଡରେ ୱାର୍ଡ ମେମ୍ବର ଶ୍ରୀ ଯୁକ୍ତ ଅମିତ୍ ପ୍ରଧାନ , ନବରଙ୍ଗପୁର ଓମେନ୍ସ କଲେଜ ସମ୍ମୁଖରେରେ ଥିବା ଚତ୍ରପୁଟ ଶ୍ମଶାନ ତଥା ମଶାଣି ଯାହାକି କୁଢ କୁଢ ଅଳିଆ ଆବର୍ଜନାରେ ପରିପୂର୍ଣ ରହି ପରିବେଷକୁ ଦୁଷିତ କରିଦେଇଥିଲା। ସେଠାରେ ନିଜସ୍ଵ ଅର୍ଥ ସାରି, ନେତୃତ୍ଵ ନେଇ ସଫେଇ କାର୍ଯ୍ୟ ଆରମ୍ଭ କରି ପରିବେଷକୁ ସ୍ଵଛ କରାଇ ଥିଲେ। ଶ୍ମଶାନରେ କୁଢ କୁଢ଼ ପଡ଼ିଥିବା ଆବର୍ଜନା, ମଦ ବୋତଲ, ଗଛ ଲତାକୁ ନିଜ ପକେଟରୁ ଟଙ୍କା ଖର୍ଚକରି ସଫାକରି ସୁସ୍ଥ ପରିବେଶ କରିବାକୁ ଚେଷ୍ଟିତ ଶ୍ରୀ ଅମିତ୍ ପ୍ରଧାନଙ୍କୁ ସ୍ଥାନୀୟ ବାସିନ୍ଦା ସ୍ଵାଗତ କରିବା ସହ ଓ ବିଭିନ୍ନ ମହଲରେ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଛି । ଆଜିର ଯୁଗରେ ଏହିପରି ଯୁବ ନେତାର ସମାଜରେରେ ଅଗ୍ରଣୀ ଭୂମିକା ରେ ରହିବା ଉଚିତ୍ ବୋଲି ପ୍ରକାଶ କରୁଛନ୍ତି ସ୍ଥାନିୟ ବାସିନ୍ଦା।ଆଜି କୁ ପ୍ରାୟ ୧୫,୨0 ବର୍ଷ ହେବ ଏହି ଶ୍ମଶାନ ପ୍ରତି କାହାର ମଧ୍ୟ ଦୃଷ୍ଟି ପଡି ନଥିଲା। ବର୍ତମାନ ନୂତନ ଭାବେ ବିଜୟୀ ହୋଇଥିବା କାଉସିଲର ଏହି କାର୍ଯ କରି ଆଗାମୀ ଯୁବ ପୀଡ଼ିଙ୍କୁ ଏକ ଉଦାହରଣ ପାଲଟିଛନ୍ତି ।ଏଇ ସେବା ମନୋଭାବ ଜାରୀ ରଖି ତାଙ୍କ ରାଜନୀତିକୁ ମଜଭୁତ କରି ଜନସାଧାରଣଙ୍କ ପ୍ରିୟ ଭାଜନ ହୁଅନ୍ତୁ ଵୋଲି ଜନ ସାଧାରଣରେ ମତ ପ୍ରକାଶ ପାଇଛି। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।