ନବରଙ୍ଗପୁର ସହରର ବିଭିନ୍ନ ସ୍କୁଲ ମାନଙ୍କରେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

12

Get real time updates directly on you device, subscribe now.

।ନବରଙ୍ଗପୁର(ସଂଘର୍ଷ ମିଡିଆ ) :- ନବରଙ୍ଗପୁରର ରାଜା ଚୈତନ୍ୟ ଦେବ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସୁରକ୍ଷା ସପ୍ତାହ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ସୁପ୍ରିୟା ନାୟକ ଯୋଗଦେଇ ସ୍କୁଲ ଛାତ୍ର, ଛାତ୍ରୀ ମାନଙ୍କୁ ଖରା, ବର୍ଷା, ବନ୍ୟା, ବାତ୍ୟା, ଅଗ୍ନି ରୁ କିପରି ନିଜକୁ ସୁରକ୍ଷା ଦେବା ଏବଂ ଅନ୍ୟ ମାନଙ୍କୁ ମଧ୍ୟ୍ ଏହି ସବୁଠାରୁ ସୁରକ୍ଷା ଦେବା ବୁଝେଇଥିଲେ । ଏହି କାର୍ଯ୍ୟକ୍ରମ ରେ ସ୍କୁଲର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ । ଠିକ ସେହିପରି ନବରଙ୍ଗପୁର ଏକ୍ସ ବୋର୍ଡ ସ୍କୁଲରେ ମଧ୍ୟ୍ ବିପର୍ଯ୍ୟୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଇଓ ସୁପ୍ରିୟା ନାୟକ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ନିଜର ସୁରକ୍ଷା କିପରି କରିବେ ଏବଂ ଅନ୍ୟ ମାନଙ୍କୁ କିପରି ସୁରକ୍ଷା ଯୋଗାଇବେ ଓ ସଚେତନତା କରାଇବେ ସେ ସମ୍ପର୍କରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକୟତ୍ରୀ ଉଷାରାଣି ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ । ପରେ ସ୍କୁଲ ଛାତ୍ରୀ ମାନେ ଯେକୌଣସି ଅଘଟଣ ରୁ ନିଜକୁ କିପରି ସୁରକ୍ଷା ଦେବେ ଆତ୍ମ ସୁରକ୍ଷାର ଡେମୋ କରି ଦେଖାଇଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More