ନବରଙ୍ଗପୁର ମୁନ୍ସୀପାଲଟିରେ କାଉନସିଲରଙ୍କ ହୋହାଲ୍ଲା

11

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) :- ନବରଙ୍ଗପୁର ପୌରପାଳିକା ପରିସର ମଧ୍ୟରେ କାଉନସିଲର ଅଜାଣତରେ ଗଛକଟା ସହ ନୂତନ ଗୃହ ନିର୍ମାଣ ପାଇଁ ପ୍ରସ୍ତୁତିକୁ ନେଇ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସହ ହୋହାଲ୍ଲା, ଘଟଣା ଅନୁସାରେ ନବରଙ୍ଗପୁର ପୌରପାଳିକା ପରିସର ମଧ୍ୟରେ ଥିବା  ଵାଲାଜୀ ମନ୍ଦିର ପଛପଟେ ତିନୋଟି ଅତି ପୁରାତନ ଗଛ କଟାଯାଇ ସେଠାରେ ନୂତନ ଗୃହ ନିର୍ମାଣ ପାଇଁ ଲେଆଉଟ ମଧ୍ୟ ଦିଆସରିଥିବା ନେଇ କିଛି କାଉନସିଲର ଅଭିଯୋଗ କରି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାୟୀ କରିବା ସହ ପୌରପାଳିକା କାଉନସିଲରେ ପାସ ନକରି କାହା ଅନୁମତିରେ କାମ ଏତେଦୂର ଆଗକୁ ବଢ଼ିଲା,ଗଛ ଗୁଡିକୁ କାଟିବାକୁ ଅନୁମତି କିଏ ଦେଲା? କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜ୍ଞାତ ସାରରେ ହେଉଛି ନା ନାହିଁ, ଏସବୁ ବିଷୟକୁ ନେଇ ନବରଙ୍ଗପୁର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରିଥିଲେ କାଉନସିଲର ମାନେ। ଏସମ୍ପର୍କରେ କାର୍ଯ୍ୟ ନିର୍ବାହୀ ଅଧିକାରୀ କିଛି ଜାଣିନାହାନ୍ତି,ସେ ଏବିଷୟରେ ନବରଙ୍ଗପୁର ଥାନାରେ ଅଭିଯୋଗ ଦେବେ ବୋଲି କହିବା ସହ, ଏହି ଘଟଣାରେ ଯଦି ମୋର ସମ୍ପୃକ୍ତି ଥିବାନେଇ କୌଣସି ପ୍ରମାଣ ଥିବ ତାହେଲେ ମୁଁ ଆଇନ ଅନୁସାରେ ଦଣ୍ଡିତ ହେବାକୁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି।  ବାଇଟ୧-ଶର୍ମିଷ୍ଠା ଦେଓ-୪ ୱାର୍ଡ କାଉନସିଲର। ବାଇଟ୨-ଅମିତ ପ୍ରଧାନ-କାଉନସିଲର ବାଇଟ-ପ୍ରାଣନାଥ ସେଠ-କାର୍ଯ୍ୟନିର୍ବାହୀ ଅଧିକାରୀ, ନବରଙ୍ଗପୁର ପୌରପାଳିକା ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More