ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ସିକ୍ୟୁରୀଟି ଗାର୍ଡର ଦଦଗିରି , ରାତି ୧୨ପରେ ଶୋଇବାକୁ ନିର୍ଦ୍ଦେଶ ରହିଛି କହୁଛି ସିକ୍ୟୁରୀଟି ଗାର୍ଡ

14

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡକ୍ଟର ଓ ରୋଗୀ ମାନଙ୍କ ମଧ୍ୟରେ ଶାନ୍ତି ଶ୍ରୁଙ୍ଖଳା କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷା ଗାର୍ଡ ନିୟୋଜିତ କରାଯାଇଛି।ଦିନକୁ ଦିନ ଏମାନେ ରୋଗୀ ଓ ସପର୍କିୟ ମାନଙ୍କୁ ବହୁବାର ସୁରକ୍ଷା ନାମରେ ଦାଦାଗିରି ବାରମ୍ବାର ଦେଖାଉଥିଲେ ବି ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ସବୁ ଜାଣି ଶୁଣି ନୀରବ ଦୃଷ୍ଟା ସାଜିଥିବା ଦେଖିବାକୁ ମିଳୁଛି। ଡକ୍ଟର ପାଖେ ରୋଗୀ ଚିକିତ୍ସାଳୟର କିଛି ପ୍ରମାଣ ପତ୍ର ପାଇଁ ଆବଶ୍ୟକ ନଥୀ ପତ୍ର ନେଇ ଯାଇଥିଲେ ବି ଏମାନଙ୍କୁ ସହଜରେ ଡକ୍ଟର କିମ୍ବା କୌଣସି ଅଧିକାରୀ ବାବୁଙ୍କ ପାଖକୁ ଛାଡନ୍ତି ନାହିଁ । କେତେ ବେଳେ ଡକ୍ଟର ରୋଗୀ ସମ୍ପର୍କୀୟ ମାନଙ୍କୁ ଚାପଡା ମାରିବା ତ ଆଉ କେତେ ବେଳେ ମହିଳା ରୋଗୀଙ୍କୁ ଚିକିତ୍ସା ଆଳରେ ଗୁପ୍ତାଙ୍ଗରେ ହାତ ମାରି ନିଜ ହୃଦୟକୁ ଶାନ୍ତି କରିବା ଏଭଳି ଘୁଣ୍ୟ କାମ କରି ଚିକିତ୍ସାଳୟ ସବୁ ବେଳେ ନାମ ନେଉଛି। ସାମାନ୍ୟ ଦୁର୍ଘଟଣା ହେଲେ, ନାମକୁ ମାତ୍ର ରୋଗୀ ଦେଖି କୋରାପୁଟ ଚିକିତ୍ସାଳୟ ନେବାକୁ ରେଫର କରି ଦେଇଥାନ୍ତି। ଏଠାରେ ନାମକୁ ମାତ୍ର ରୋଗୀ ଚିକିତ୍ସା କରୁଥିବା ବାରମ୍ବାର ଅଭିଯୋଗ ପରେ ଅଭିଯୋଗ ହେଉଛି, କିନ୍ତୁ କୌଣସି ପଦକ୍ଷେପ ନେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ସାହାସ କରି ପାରୁନାହାନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷା ପାଇଁ ଘରୋଇ ସଂସ୍ଥା ହାତ ରେ ସୁରକ୍ଷା ଦାୟିତ୍ବ ଟେକି ଦେଇଛନ୍ତି। ଦିନରେ ସୁରକ୍ଷା ଗାର୍ଡ ନିଜ କର୍ତ୍ତବ୍ୟ କରୁଥିବା ବେଳେ ରୋଗୀ ସମ୍ପର୍କୀୟ ମାନଙ୍କ ମଧ୍ୟରେ ବିବାଦ ବାରମ୍ବାର ଦେଖିବାକୁ ମିଳୁଛି। ରାତି ରେ ନିୟୋଜିତ ସୁରକ୍ଷା ଗାର୍ଡ ମାନଙ୍କର ପାୱାର ବେଶୀ ଦେଖିବାକୁ ମିଳୁଛି।କୌଣସି ରୋଗୀ ସମ୍ପର୍କୀୟ ରାତି ୧୧ଟା ପରେ ଆସିଲେ କଥା ସରିଲା। କୌଣସି ସୁରକ୍ଷା ଗାର୍ଡ କିମ୍ବା ଷ୍ଟାଫ୍ ଦେଖିବାକୁ ମିଳୁନାହିଁ। ଗତ କାଲି ରାତି ୧୧ଟା ବେଳେ ଲେବର ୱାର୍ଡରେ ଜଣେ ରୋଗୀ ସମ୍ପର୍କୀୟ ଙ୍କ ଟଙ୍କା ସୁନା କେହି ନେଇ ଯାଇଥିବା ସୁରକ୍ଷା ଗାର୍ଡ ନୀଳମଣି ହରିଜନଙ୍କ ଠାରେ ଅଭିଯୋଗ କରିଥିଲେ।ଏହାକୁ ନେଇ ସୁରକ୍ଷା ଗାର୍ଡ ରାତି ୧୨ ପରେ ଆମର କର୍ତ୍ତବ୍ୟ ନାହି,ଆମ ଅଧିକାରୀ ରାତି ୧୨ ପରେ ଶୋଇବାକୁ ନିର୍ଦ୍ଦେଶ ଦେଇଥିବା ଓଲଟା ଜବାବ ଦେଇଥିଲେ। ଏଠାରେ ପ୍ରଶ୍ନ ଉଠେ ଯେ, ସରକାର ସ୍ବାସ୍ଥ୍ୟ ବିଭାଗର ସୁରକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା କଣ ଶୋଇ କି ମାସକୁ ଦରମା ଦେବାକୁ ସଂସ୍ଥା ଓ ସ୍ବାସ୍ଥ୍ୟ ବିଭାଗ ମଧ୍ୟରେ ଚୁକ୍ତି ହୋଇଛି କି?କୌଣସି ଅସୁବିଧା ହେଲେ ଜରୁରୀ କାମ ପାଇଁ ହେଲ୍ପ ଡେକ୍ସ ନଂ ମେ ଆଇ ହେଲ୍ପ ୟୁ ଲେଖି ମୋବାଇଲ ନଂ ଏମ୍ ସି ଏଚ୍ ବିଲଡିଂ ଡି ଏଚ ବିଲଡିଂ ନାମକୁ ମାତ୍ର ଲେଖି ପଠାଇଲେ କାର୍ଯ୍ୟ କରୁ ନଥିବା ଦେଖିବାକୁ ମିଳୁଛି।। ରାଜ୍ୟ ସରକାର ସ୍ବାସ୍ଥ୍ୟ ବିଭାଗ କୁ ଅଧିକ ଫୋକସ କରିବାକୁ ୨୦୧୯ରେ ମୋ ସରକାର ଘୋଷଣା କରିଥିଲେ। ହେଲେ ଘୋଷଣା କେବଳ ନାମକୁ ମାତ୍ର ବୋଲି ଶୁଣିବାକୁ ମିଳୁଛି। ରାଜ୍ୟ ସରକାରଙ୍କ ୫ଟି ମଧ୍ୟରୁ ଏଠାରେ ଗୋଟିଏ ଟି ବି କାର୍ଯ୍ୟକାରୀ ହେଉ ନାହିଁ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ଚିକିତ୍ସା ପାଇଁ ଆସୁଥିବା ରୋଗୀ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।ଏ ନେଇ ଆମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀଙ୍କୁ ପଚାରିବାକୁ ଫୋନ୍ କରିଥିଲୁ ଫୋନରେ ଯୋଗାଯୋଗ ସମ୍ଭବ ନ ହେବାରୁ ପ୍ରତିକ୍ରିୟା ପ୍ରକାଶ କରି ପାରିନାହୁ।ନବରଙ୍ଗପୁର ଜିଲ୍ଲାରୁ ରଵିନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More