ନବରଙ୍ଗପୁର ଠାରେ ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ଅନୁଷ୍ଠିତ

11

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ଓଡିଶା ରାଜ୍ୟ ଆଇନଜୀବୀ ପରିଷଦ ସଭ୍ୟ ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ୩୦ ଜିଲ୍ଲାରେ ୧୬୭ ସ୍ଥାନରେ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ଏହି ପଦବୀ ନିମନ୍ତେ ଏକ କାଳୀନ ମତ ଗ୍ରହଣ କରଯାଇଥିଲା । ଏହି କ୍ରମରେ ନବରଙ୍ଗପୁର ଜିଲ୍ଲା ଦୌରା ଜର୍ଜ ଅଦାଲତ ପରିସରରେ ଶନିବାର ଦିନ ୧୦ ଘଣ୍ଟାରୁ ଅପରାହ୍ନ ୫ ଘଣ୍ଟା ପର୍ଯ୍ୟନ୍ତ ମତ ଗ୍ରହଣ କରଯାଇଥିଲା । ଏହି ନିର୍ବାଚନକୁ ଜେଏମଏଫସି ବିଚାରପତି ଆର୍ଯ୍ୟବାଳା ତ୍ରିପାଠୀ ନିର୍ବାଚନ ଅଧିକାରୀ ରୂପେ ପରିଚାଳନା କରିଥିଲେ । ପ୍ରବଳ ତାପମାତ୍ରା ସତ୍ବେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମହିଳା , ବରିଷ୍ଠ ,ଯୁବ ଆଇନଜୀବୀ ମାନେ ମତଦାନ କରିଥିଲେ । ମୋଟ ୨୧୯ ଜଣ ଆଇନଜୀବୀ ମତଦାତାଙ୍କ ମଧ୍ୟରୁ ୧୮୬ ଜଣ ଆଇନଜୀବୀ ନିଜ ନିଜ ମତ ସାବ୍ୟସ୍ତ କରିଥିଲେ ବୋଲି ଓକିଲ ସଂଘ ସଭାପତି ନରସିଂହ ତ୍ରିପାଠୀ ଓ ସମ୍ପାଦକ ତପନ ସିଂ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଏହି ଆଇନଜୀବୀ ପରିଷଦ ନିର୍ବାଚନ ୫ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More