ନବରଙ୍ଗପୁର ଠାରେ ଇଦୁଲ ଫିତର୍ ପାଳିତ

7

Get real time updates directly on you device, subscribe now.

ନବରଙ୍ଗପୁର:(ସଂଘର୍ଷ ମିଡିଆ: – ନବରଙ୍ଗପୁର ସହରରେ ଭାଇଚାରାର ପର୍ବ ଇଦୁଲ ଫିତର ବଡ ଧୁମ୍ ଧାମରେ ପାଳନ ହୋଇଯାଇଛି । ମୁସଲିମ ସମ୍ପ୍ରଦାୟର ରମଜାନ ମାସ ତଥl ୩୦ ଦିନ ଉପବାସର ପlରି ସମାପ୍ତିକୁ ଇଦୁଲ ଫିତର ଭାବରେ ପାଳନ କରାଯାଇଥାଏ । ଏହି ପବିତ୍ର ମାସରେ ମୁସଲିମ ଧର୍ମାବଲମ୍ବୀ ମାନେ ୩୦ ଦିନ ନିର୍ଜଳ ଉପବାସ ରହି ତାରବି ନମାଜ ଓ କୋରାନ ପାଠ କରିଥିଲେ । ପରମ୍ପରା ଅନୁଯାୟୀ ପବିତ୍ର ରମଜାନ ମାସରେ ସମସ୍ତ ମୁସଲିମ ଧର୍ମର ଲୋକ ନିଜ ନିଜ ସମ୍ପତିର ୨.୫ % କଡି ଗରିବ ମାନଙ୍କ ମଧ୍ୟରେ ଦାନ କରିଥିଲେ । ଗତକାଲି ଚାନ୍ଦ ଦେଖିବା ପରେ ଗୁରୁବାର ଦିନ ଇଦୁଲ ଫିତର ପାଳନ କରାଯିବ ବୋଲି ନବରଙ୍ଗପୁରର ମସଜିଦର ମୌଲାନ ମୁଫତି ଅଫତାବ ଆଲମ୍ ଘୋଷଣା କରିଥିଲେ । ତଦନୁଯାୟୀ, ଗୁରୁବାର ଦିନ ନବରଙ୍ଗପୁର ଜମା ମସଜିଦ ଠାରେ ସକାଳେ ୮ ଘଣ୍ଟା ସମୟରେ ସମସ୍ତ ମୁସଲିମ ଧର୍ମାବଲମ୍ବି ମାନେ ଏକତ୍ରିତ ହୋଇଥିଲେ । ଏହାପରେ ମୌଲାନାଙ୍କ ନେତୃତ୍ବରେ ଇଛାବତିଗୁଡା ଇଦ ଗାହ୍ ପର୍ଯ୍ୟନ୍ତ ସମସ୍ତେ ଗସ୍ତ କରିଥିଲେ । ସେଠାରେ ସାମୁହିକ ନମାଜ ପାଠ ହେବା ଅବସରରେ ଦେଶ ଓ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା, ସମୃଦ୍ଧି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ସେକ ସlଜନ, ଏମ ଡି ଜାହୁର, ତାଜ ଇମ୍ରାନ ସାରିଫ, ଅମିରୁ, ଏମ ଡି ଅମୀନ ପ୍ରମୁଖ ସହଯୋଗ କରିଥିଲେ । ଅନୁରୂପ ଭାବେ ମୁସଲିମ ଧର୍ମାବଲମ୍ବୀ ମାନେ ନବରଙ୍ଗପୁର ଜିଲ୍ଲାର ଦଶ ଗୋଟି ବ୍ଲକରେ ଉକ୍ତ ପର୍ବକୁ ପାଳନ କରିଛନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More