ନବରଙ୍ଗପୁର ଜିଲ୍ଲା ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ମାନୀତ 

16

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲ ର ଜମିଜମା ରେକର୍ଡ ଓ ନକ୍ସାର କମ୍ପୁଟରୀକରଣ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ କରିଥିବା ଯୋଗୁଁ ଭାରତର ମହାମହିମ ରାଷ୍ଟ୍ରପତିଙ୍କ “ଭୂମି ସମ୍ମାନ ପ୍ଲାଟିନମ୍ ପୁରସ୍କାର “ପାଇବା ପାଇଁ ସର୍ବଭାରତୀୟ ସ୍ତରରେ ଯୋଗ୍ୟ ବିବେଚିତ ହୋଇ ପୁରସ୍କୃତ ହୋଇଛି। ଭାରତର ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ଏହି  ଭବ୍ୟ ସମାରୋହରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଦ୍ଵାରା ମନୋନିତ   ଟିମ୍ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କ ନେତୃତ୍ଵରେ ଉପ ନିର୍ଦ୍ଦେଶକ (ଆଇ ଟି) ନବରଙ୍ଗପୁର, ବିଶ୍ୱରଞ୍ଜନ ଭୁକ୍ତା ଓ ତହସିଲଦାର କୋଡିଙ୍ଗା ଟିକୁନ୍କୁ ପୁଟା, ଦିଲ୍ଲୀ ଗସ୍ତ କରି ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ “ଭୂମି ସମ୍ମାନ ପ୍ଲାଟିନମ୍ ପୁରସ୍କାର ସ୍ଵରୂପ ଟ୍ରଫି ଏବଂ ମାନପତ୍ର ଗ୍ରହଣ କରିଛନ୍ତି। ଭାରତ ସରକାରଙ୍କ ଭୂମି ସଂସାଧନ ବିଭାଗ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ ମୋଟ ନଅ ଗୋଟି ରାଜ୍ୟ ପ୍ରତିନିଧି ଓ ବିଭିନ୍ନ ରାଜ୍ୟର 75 ଗୋଟି ଜିଲ୍ଲା ପ୍ରତିନିଧି ଅଂଶ ଗ୍ରହଣ କରି ଏହି ସମ୍ମାନ ଜନକ ପୁରସ୍କାର ମହାମହିମ ରାଷ୍ଟ୍ରପତି ଙ୍କ ଠାରୁ ଗ୍ରହଣ କରିଥିଲେ । ସେହିପରି ଓଡିଶାରୁ ମୋଟ 19 ଗୋଟି ଜିଲ୍ଲା ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଜାତୀୟ ସ୍ତରରେ ଜିଲ୍ଲାର ଏହି ସଫଳତା ପାଇଁ ଜିଲ୍ଲାର ସମସ୍ତ ରାଜସ୍ଵ ଅଧିକାରୀ ଏବଂ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More