ନବରଙ୍ଗପୁର ଜିଲ୍ଲା ବାରିକ ସଙ୍ଘ ତରଫରୁ ୭୭ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଅବସର ପ୍ରାପ୍ତ ବାରିକଙ୍କୁ ପେନସନ ପ୍ରଦାନ

16

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ): – ନବରଙ୍ଗପୁର ବ୍ଲକର ବିଭିନ୍ନ ସ୍ଥାନରେ ୭୭ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ବାରିକ ସଙ୍ଘ ତରଫରୁ ହୀର୍ଲି ଠାରେ ବାରିକ ସଙ୍ଘ ର ସଭାଗୃହ ରେ ୭୭ ତମ ସ୍ୱାଧୀନତା ଦିବସ ବଡ଼ ଆଡ଼ମ୍ବର ରେ ପାଳିତ ହୋଇଥିଲା ! ଏହି ଅବସରରେ ବାରିକ ସଙ୍ଘ ର ସଭାପତି ଶ୍ରୀ ଏନ ଗଣିବାବୁ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କରିଥିଲେ ଏବଂ ଦେଶପାଇଁ ବଳିଦାନ ଦେଇଥିବା ସଂଗ୍ରାମୀ ଙ୍କ ଜୀବନୀ ସମ୍ପର୍କ ରେ କହିଥିଲେ ! ପରେ ସଙ୍ଘ ତରଫରୁ ଏକ ଵୈଠକ ଅନୁଷ୍ଠିତ ହେଇଥିଲା । ଉକ୍ତ ଵୈଠକରେ ବାରିକ ସଙ୍ଘ ର ସଭାପତି ଏନ ଗଣିବାବୁ,ସହ ସମ୍ପାଦକ:ବି ସିମାଞ୍ଚଳ, ଆର ସନ୍ତୋଷ,ଏ. ସନ୍ତୁ, ଉପଦେଷ୍ଟା ବି ରାମୁ,ଏସ ପ୍ରସାଦ ବାରିକ, କେ ବାବୁ ରାଓ ପ୍ରମୁଖ ଉପସ୍ଥିତ ରହି ଜୀବନ ଯାକ ବାରିକ କାମ କରିଥିବା ୬୦ ବର୍ଷ ରୁ ଉର୍ଦ୍ଧ ବ୍ୟକ୍ତିବିଶେଷ ଙ୍କୁ ବାରିକ ସଙ୍ଘ ତରଫରୁ ନିଜସ୍ୱ ପାଣ୍ଡି ରୁ ପେନସନ ପ୍ରଦାନ କରିଥିଲେ ! ବାରିକ ସଙ୍ଘ ର ଏହିପରି କାର୍ଯ୍ୟ ଦେଖି ବିଭିନ୍ନ ମହଲରେ ପ୍ରଂଶସା କରୁଥିବାର ଦେଖିବାକୁ ମିଳିଛି । ଯେଉଁ ବାରିକ ମାନେ ୬୦,୭୦, ବର୍ଷ ପରେ ସେମାନେ ବାରିକ କାମ କରିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ସେମାନଙ୍କର ପରିବାର ପ୍ରତିପୋଷଣ କରିପାରୁନାହାନ୍ତି ତାହା ଦୃଷ୍ଟିରେ ରଖି ଏହିପରି ପଦକ୍ଷେପ ନିଆଯାଇଛି ବୋଲି ବାରିକ ସଙ୍ଘର ସଭାପତି ଏନ. ଗଣେଶ କହିଛନ୍ତି ! ପରେ ସଙ୍ଘ ତରଫରୁ ସ୍କୁଲ ପିଲା ମାନଙ୍କୁ ଏବଂ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ମିଠା, ବିସ୍କୁଟ ଏବଂ ଚକଲେଟ ବଣ୍ଟନ କରିଥିଲେ ! ଏହି କାର୍ଯ୍ୟକ୍ରମ କୁ ଶ୍ରୀ ମନୋଜ ପଟ୍ଟନାୟକ ସଂଯୋଜନା କରିଥିଲେ ! ବାରିକ ସଙ୍ଘ ତରଫରୁ ପ୍ରତିବର୍ଷ ପରି କ୍ରିକେଟ ଖେଳ ପ୍ରତିଯୋଗିତା ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ବିଜେତା ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା !!ଏହି କାର୍ଯ୍ୟକ୍ରମ ରେ ବାରିକ ସଙ୍ଘ ର ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ରହି ସୁରୁଖୁରୁରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More