ନବରଙ୍ଗପୁର ଜିଲ୍ଲା ପ୍ରସିଦ୍ଧ ଡାବୁଗାଁ କେଲିଆ ଶୈବ ପୀଠରେ କାର୍ତ୍ତିକ ଶେଷ ସୋମବାରରେ ବହୁ ଭକ୍ତଙ୍କ ସମାଗମ

14

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଚଚରାଗୁଡା ପଞ୍ଚାୟତ ଅଧୀନ କେଲିଆ ଶୈବ ପୀଠରେ କାର୍ତ୍ତିକ ଶେଷ ସୋମବାର ପାଳିତ ହୋଇଯାଇଛି | ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ସୋମବାର ଶ୍ରଦ୍ଧାଳୁ ମାନେ ଝାଡେଶ୍ଵର ମହାଦେବଙ୍କୁ ଦର୍ଶନ କରିବା ନିମନ୍ତେ ସକାଳୁ ଲମ୍ବା ଧାଡିରେ ଛିଡା ହୋଇଥିଲେ | ଏହି ନବରଙ୍ଗପୁର ଜିଲ୍ଲା ପ୍ରସିଦ୍ଧ କେଲିଆ ଶୈବ ପୀଠକୁ ଡାବୁଗାଁ ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଡୋଶୀ ଜିଲା କୋରାପୁଟ, କଳାହାଣ୍ଡି ଏବଂ ପଡୋଶୀ ଛତିଶଗଡ ରାଜ୍ୟରୁ ମଧ୍ୟ ଭକ୍ତମାନେ ଆସି ଝାଡେଶ୍ଵର ମହାଦେବଙ୍କୁ ଦର୍ଶନ କରିଥିଲେ | ଏଥିରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ଡାବୁଗାଁ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ, ଚଚରାଗୁଡା ପୂର୍ବତନ ସରପଞ୍ଚ ଧର୍ମାନନ୍ଦ ନାୟକ, ସୁରେନ୍ଦ୍ର କୁମାର ମିଶ୍ର, ଜି. ସାଇ ରାଜୁ, ଦେବରାଜ ପାତ୍ର ଓ କମିଟି କର୍ମକର୍ତାମାନେ ପରିଚାଳନା କରିଥିଲେ | ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଡାବୁଗାଁ ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ଉପସ୍ଥିତ ରହିବା ସମେତ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା | ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଦଳ ଭକ୍ତ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ | ଏଠାରେ ବହୁ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଅନ୍ୟୁନ୍ନ ୧୦ ହଜାର ଭକ୍ତଙ୍କ ପାଇଁ ଅନ୍ନଭୋଗ ବଣ୍ଟନ କରାଯାଇଥିଲା | ଏହା ସହ ଡାବୁଗାଁ ଶିବ ମନ୍ଦିର ,ବାଘବେଡା, ଜୁନାପାଣି, ବଡଓଲମା ଓ ବିରିଶୋଲା ଶିବ ମନ୍ଦିର ରେ ମଧ୍ୟ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଥିବା ବେଳେ ସମସ୍ତ ମନ୍ଦିରରେ ଶ୍ରଧାଳୁ ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ତା କରାଯାଇଥିଲା। ନବରଙ୍ଗପୁର ଜିଲ୍ଲାରୁ ରଵିନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More