ନବରଙ୍ଗପୁର ଜିଲ୍ଲା ନିପା ସଂଘର ୨୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

14

Get real time updates directly on you device, subscribe now.

ନବରଙ୍ଗପୁର,୧୨/୮(ସଂଘର୍ଷ ମିଡିଆ): – ନବରଙ୍ଗପୁର ଇଣ୍ଟରଡେନମିନେସନ ପାଷ୍ଟର ସଂଘ ( ନିପା )ର ୨୦ ତମ ବାର୍ଷିକ ଉତ୍ସବ ରୋକିସାନ ହୋଟେଲ ପ୍ରିମିୟମ ରେ ପାଳିତ ହୋଇଯାଇଛି l ମୂଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗଦେଇ ପାଳକ ମାନଙ୍କର ଏକତା ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ।ମୂଖ୍ୟବକ୍ତା ଭାବରେ ରେଭ୍ ଡ଼ଃ ପଙ୍କଜ କୁମାର ସିପା ଡ୍ରିମ୍ ଇଣ୍ଡିଆ ର ପ୍ରତିଷ୍ଠାତା ଓ ସଭାପତି ପ୍ରଦୀପ କୁମାର ନନ୍ଦ ଯୋଗଦେଇ ପ୍ରଭୁ ଯୀଶୁଙ୍କ ଠାରେ ସର୍ବ ପ୍ରଥମେ ପ୍ରାର୍ଥନା କରି, ଖ୍ରୀଷ୍ଟୀୟ ଧର୍ମ ଶ୍ରାସ୍ତ୍ର ପବିତ୍ର ବାଇବେଲ ର ଅମୃତ ବାଣୀ ପ୍ରଚାର କରିଥିଲେ l ସମ୍ମାନୀୟ ଅତିଥି ରାଇଟ ରେଭ୍ ବିଶପ ବି. ସ୍ୱାମୀ ନାଦୁଲୁ, ନଗେନ୍ଦ୍ର ପଟ୍ଟନାୟକ କାଉନସିଲର ନବରଙ୍ଗପୁର, ଅନିଲ ଦିନବନ୍ଧୁ ଆଇନଜୀବୀ, ସଞ୍ଜୟ ସୁନା ଆଇନଜୀବୀ ମଂଚ ରେ ଅତିଥି ଭାବେ ଯୋଗଦେଇଥିଲେ l ରେଭ୍ ଡ଼ଃ ପ୍ରମୋଦ କୁମାର ନାଗ ନିପାର ପ୍ରତିଷ୍ଠାତା ପ୍ରଦୀପ ପ୍ରଜ୍ଜଳନ କରିଥିଲେ l ରେଭ୍ ସରୋଜ କୁମାର କର୍କରା ଧର୍ମଶାସ୍ତ୍ର ବାଇବେଲ ରୁ କିଛି ପଦ ପର୍ବ ପାଠ କରିଥିଲେ l ରେଭ୍ ପ୍ରଦୀପ କୁମାର ନନ୍ଦ ସଭାପତି ନିପାର ମହତ ଉଦେଶ୍ୟ ଓ କାର୍ଯ୍ୟ ସଂପର୍କରେ ନିଜର ବକ୍ତବ୍ୟ ରଖିଥିଲେ l ରେଭ୍ ଗାବ୍ରିଏଲ୍ ସେନାପତି ତାଙ୍କ ଖ୍ରୀଷ୍ଟୀୟ ସଙ୍ଗୀତ ଦଳ ସହ ସଂଗୀତ ଗାନ କରିଥିଲେ l ରେଭ୍ ଡକ୍ଟର ଖ୍ରୀଷ୍ଟ ଦାନ ନାଗ ସାଧାରଣ ସମ୍ପାଦକ ଅତିଥି ଓ ବକ୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ଓ ରେଭ୍ ମାହେର ହିଆଲ , ପ୍ରଭୁ ଯୀଶୁଙ୍କ ଠାରେ ଶେଷ ପ୍ରାର୍ଥନା କରି, ୧୦ଟି ବ୍ଲକର ଦୂର ଦୁରାନ୍ତରୁ ପାଳକ ମାନେ ଆସିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ l ମଞ୍ଚ ପରିଚାଳନା ରେଭ୍ ଡ଼ଃ ଖ୍ରୀଷ୍ଟଦାନ ନାଗ ସାଧାରଣ ସମ୍ପାଦକ ସୁଚାରୁ ରୂପେ ପରିଚାଳନା କରିଥିଲେ l ଏହି ଉତ୍ସବରେ ରେଭ୍ ପ୍ରଦୀପ କୁମାର ନନ୍ଦ ସଭାପତି, ରେଭ ଏନ, କେ, ଖୋସଲା ଉପସଭାପତି, ରେଭ୍ ଡ଼ଃ ଖ୍ରୀଷ୍ଟଦାନ ନାଗ ସାଧାରଣ ସମ୍ପାଦକ , ରେଭ୍ ଗାବ୍ରିଏଲ ସେନାପତି ଯୁଗ୍ମ ସମ୍ପାଦକ, ରେଭ୍ ସଂଜୀବ କୁମାର ମନବୋଧ ତାଲିମ ସମ୍ପାଦକ ,ରେଭ୍ ମାହେର ହିଆଲ ସଂଯୋଜକ,ରେଭ୍ ଦିବାକର ଚେଟି ମିଶନ ଓ ଇଭାନଞ୍ଜଲିକାଲ ସମ୍ପାଦକ, ରେଭ୍ ସୁବାଷ ଚନ୍ଦ୍ର ରନ୍ଧାରୀ ଲିଟ୍ରେଚର ସମ୍ପାଦକ, ରେଭ୍ ସରୋଜ କୁମାର କର୍କରା ପବ୍ଲିକ ଓ ରିଲେସନ ସମ୍ପାଦକ, ରେଭ୍ ଫାଦର ତେଜମୟ ଦଣ୍ଡିଆ ରିଲିଫ ସମ୍ପାଦକ, ରେଭ୍ ବାବୁଲା ପରିଚ୍ଛା ଯୁବ ସମ୍ପାଦକ,ରେଭ୍ ବେନ୍ୟାମିନ ଉପାସି ଓ ରଞ୍ଜିତ ଗରଡା ଉମରକୋଟ ବ୍ଲକ୍ ଖ୍ରୀଷ୍ଟୀୟ ନେତା,ରେଭ୍ ଜାବେଶ ଜୁନାଥନ ଖୁରା ଖ୍ରୀଷ୍ଟୀୟ ନେତା ତେନ୍ତୁଳିଖୁଣ୍ଟି ବ୍ଲକ ଓ ରେଭ ସାଲେମ ରାଜୁ ଖୁରା ଖ୍ରୀଷ୍ଟୀୟ ନେତା ନନ୍ଦାହାଣ୍ଡି ବ୍ଲକ,ରେଭ୍ ବିରାଜ ମୋହନ କନ୍ଦପାନ ଅର୍ଗାନାଇଜର , ରେଭ୍ ଭୁବନ କଛପ, ରେଭ୍ ନିକୁଞ୍ଜ କର୍କରା ସମେତ ୧୦ଟି ବ୍ଲକରୁ ଶତାଧିକ ପାଳକ ମାନେ ଉପସ୍ଥିତ ଥିଲେ l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More