ନବରଙ୍ଗପୁର ଜିଲ୍ଲା କୃଷି ବିଭାଗ ପକ୍ଷରୁ କୃଷକ ଦିବସ ପାଳିତ, ଜିଲାପାଳ ଆଉ ବିଧାୟକ ସାଜିଲେ ଚାଷୀ- ଧରିଲେ ହଳ ଲଙ୍ଗଳ

25

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : :- ଅକ୍ଷି ମୁଠି ବିହନ ଅନୁକୂଳ ଅବସର ରେ 3 ଟି ଗ୍ରାମବାସୀ ଙ୍କ ମଧ୍ୟରେ ପାରମ୍ପରିକ ଦେଶୀ ଧାନ ବିହନ ଅଦଳବଦଳ ଓ କୃଷି ରଥ ଦୁଇଦିନିଆ କୃଷି ପ୍ରଦର୍ଶନୀ ମେଳା ଉଦ୍ଘାଟିତ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳିତ ହୋଇଛି । ଜିଲ୍ଲାର ପାପଡାହାଣ୍ଡି ବ୍ଲକର ତଣ୍ଡାଗୁଡା ଠାରେ ଅନୁଷ୍ଠିତ କୃଷକ ଦିବସ ପାଳନ ଅବସର ରେ ଦୁଇଦିନିଆ କୃଷି ମେଳା ଉଦ୍ଘାଟିତ ହୋଇଛି । ତଣ୍ଡାଗୁଡା ଠାରେ ପବିତ୍ର ଅକ୍ଷୟ ତୃତୀୟା ରେ ଭୂମି ପୂଜନ ସହ ଅକ୍ଷି ମୁଠି ଅନୁକୂଳ କରଯାଇଥିଲା । ବିହନ ପୂଜା ହେବା ପରେ ବିହନ ବୁଣା ଆରମ୍ଭ କରାଯାଇ ଜମି କର୍ଷଣ କରାଯାଇଥିଲା । ପରେ କୃଷି ପ୍ରଦର୍ଶନୀ ମେଳା ଉଦ୍ଘାଟିତ ହୋଇଥିଲା । ଜିଲ୍ଲା ର ଜଳଛାୟା ପ୍ରକଳ୍ପ, ଉଦ୍ୟାନ ବିଭାଗ , କୃଷି ବିଭାଗ ର ଉନ୍ନୟନ ମୂଳକ କାର୍ଯ୍ୟ ର ପ୍ରକଳ୍ପ ପ୍ରଦର୍ଶିତ କରାଯିବା ସହ ମିଲେଟ ମିଶନ ର ଖାଦ୍ୟ ମେଳା ପ୍ରଦର୍ଶିତ ହୋଇଥିଲ । କୃଷକ ମାନଙ୍କ ମଧ୍ୟରେ କୃଷି ବିଭାଗୀୟ ବିଭିନ୍ନ ଯୋଜନା ସମ୍ପର୍କ ରେ ସଚେତନତା କରିବା ନିମନ୍ତେ 3 ଟି କୃଷି ରଥ ର ଶୁଭାରମ୍ଭ କରାଯାଇଛି । ଏଥି ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ କୃଷି ସମ୍ବଧୀୟ ସଚେତନତା ବାର୍ତ୍ତା ପ୍ରଚାର କରାଯାଇଥିଲା। କୃଷି ମେଳା ପାଳନ ର ଉଦ୍ଦେଶ୍ୟ ଓ କୃଷକ ର ସର୍ବାଙ୍ଗୀନ ଊନତି ନିମନ୍ତେ ଉଦିଷ୍ଟ ବିଭିନ୍ନ ଯୋଜନା ର ରୂପରେଖ ସମ୍ପର୍କ ରେ ଆଲୋଚନା କରାଯାଇଥିଲା। ଏହି ଅବସର ରେ ତଣ୍ଡାଗୁଡା, ସୋରିଷପଦର ଓ ମକିଆର ଗ୍ରାମବାସୀ ଙ୍କ ମଧ୍ୟରେ ଦେଶୀ ବିହନ ଦହନ ର ଅଦଳବଦଳ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। 3 ଗ୍ରାମର ମହିଳା ମାନେ ସୁସଜ୍ଜିତ କଳସ ରେ ଧାନ ବିହନ ଧରି ଗ୍ରାମ ପରିକ୍ରମା କରିଥିଲେ। ଧାନ ବିହନ କୁ ପାରମ୍ପରିକ ରୀତିନୀତି ରେ ପୂଜା କରାଯିବା ପରେ ମହିଳା ମାନେ ପରସ୍ପର ମଧ୍ୟ ରେ ଧାନ ବିହନ ଅଦଳବଦଳ କରିଥିଲେ। ଦେଶୀୟ ଧାନ ର ସଂରକ୍ଷଣ ର ପ୍ରାଚୀନ ପରମ୍ପରା କୁ ଉଜୀବିତ କରିବା ନିମନ୍ତେ ଏହି ବିହନ ଯାତ୍ରା ର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶୁଭେନ୍ଦୁ ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟ କ୍ରମ ରେ ଜିଲ୍ଲାପାଳ କମଳ ଲୋଚନ ମିଶ୍ର , ପିଡି ଡିଆରଡିଏ ରତ୍ନାକର ସାହୁ , ବିଧାୟକ ମନୋହର ରନ୍ଧାରି, ସଦାଶିବ ପ୍ରଧାନୀ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କୃଷି ବିଭାଗ କର୍ମଚାରୀ ଓ କୃଷକ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More