ନବରଙ୍ଗପୁର ଜିଲ୍ଲା ଉତ୍କଳ ଯାଦବ ମହାସଭା କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ): – ନବରଙ୍ଗପୁର ଜିଲ୍ଲା ପାପାଡାହାଣ୍ଡି ବ୍ଳକ ସ୍ଥିତ ମୃଗବିହାର ନିକଟ ବନଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଉତ୍କଳ ଯାଦବ ମହାସଭା ନବରଙ୍ଗପୁର ଜିଲ୍ଲାର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା l କିନ୍ତୁ ସଭାପତି ଜ୍ଯୋତିରଞ୍ଜନ କଂସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକକୁ କାର୍ଯ୍ଯକାରୀ ସଭାପତିଦେବଦାସ ମହାଙ୍କୁଡ ପରିଚାଳନା କରିଥିଲେ l ଉକ୍ତ ବୈଠକରେ ଜିଲ୍ଲା ସ୍ତରୀୟ ସଂଗଠନ, ବ୍ଳକ ସ୍ତରୀୟ ସଂଗଠନ, ପ୍ରତି ବ୍ଲକରେ ଯାଦବ ଭବନ ନିର୍ମାଣ, ଜିଲ୍ଲା ସ୍ତରୀୟ ପାଣ୍ଠି ସଂଗ୍ରହ, ମେଧାବୀ ଛାତ୍ର ଛାତ୍ରୀ ସମ୍ବର୍ଦ୍ଧନା ଓ ପରବର୍ତ୍ତୀ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ସମସ୍ତ ବ୍ଳକ ସଭାପତି ଓ ସମ୍ପାଦକ ଙ୍କ ମତାମତ ନେଇ ଆଲୋଚନା କରାଯାଇଥିଲା l ଜିଲ୍ଲାର ସଂଗଠନ ସମ୍ପାଦକ ମନୋଜ ମହାଙ୍କୁଡ, ଉପ ସଭାପତି ସୈନିକ ଗୌଡ ଓ ଲଖିନାଥ ଗୌଡ, ସାଧାରଣ ସମ୍ପାଦକ ମାନସିଂହ ଗୌଡ, ଜିଲ୍ଲା ସଭାନେତ୍ରୀ ପ୍ରତିମା ଯାଦବ, ଯୁବ ଯାଦବ ସଭାପତି ନବଘନ ଗୌଡ ଓ ଦଶ ଗୋଟି ବ୍ଳକ ଏବଂ ଦୁଇ ଗୋଟି ପୌର ପରିଷଦ ର ସଭାପତି, ସମ୍ପାଦକ, ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତା ସମେତ ଦୁଇ ଶହରୁ ଉର୍ଦ୍ଧ ଯାଦବ ସମାଜ ଭାଇ ଭଉଣୀ ଉପସ୍ଥିତ ରହି ଥିଲେ l ପରିଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More