ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ ଓ ଲାଇବ୍ରେରୀ କମିଟିର ସଦସ୍ୟ ଚୟନ

14

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ସାଧାରଣ ପରିଷଦର ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଜି କାର୍ଯ୍ୟ ନିର୍ବାହୀ ସମିତିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଚାରିଜଣ କାର୍ଯ୍ୟକାରିଣୀ ସଦସ୍ୟ ଚୟନ କରାଯାଇଛି। ବରିଷ୍ଠ ଆଇନଜୀବୀ ବିରେନ୍ଦ୍ର କୁମାର ନାୟକ, ଉମେଶ ଚନ୍ଦ୍ର ମିଶ୍ର, ରବିନ୍ଦ୍ର ଜଗନ୍ନାଥ ନାୟକ ଓ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ବିଧିବଦ୍ଧ ଭାବେ ଏଥିପାଇଁ ଚୟନ କରାଯାଇଛି। ସଂଘର ଲାଇବ୍ରେରୀ ଓ ଇ-ଲାଇବ୍ରେରୀ ପାଇଁ ଏକ କମିଟି ଗଠନ କରାଯାଇ ପ୍ରସନ୍ନ ପ୍ରସାଦ ପଟ୍ଟନାୟକ, ହରି ନାରାୟଣ ବେହେରା, ମିନାକ୍ଷୀ ପାଢ଼ୀ, ପଙ୍କଜିନୀ ତ୍ରିପାଠୀ, ତ୍ରିପତି ମାଝୀ ଓ ସନ୍ଦୀପ ମିଶ୍ରଙ୍କୁ ଚୟନ କରାଯାଇଛି। ସଂଘର ଲାଇବ୍ରେରୀ ଓ ହାଇକୋର୍ଟ ଦ୍ୱାରା ସ୍ଥାପିତ ହୋଇଥିବା ନବରଙ୍ଗପୁର ଜିଲ୍ଲା ଇ- ଲାଇବ୍ରେରୀର ତଦାରଖ ଏହି କମିଟି ପକ୍ଷରୁ କରାଯିବ । ଏହି ବୈଠକରେ ସଭାପତି ଶ୍ରୀ ନରସିଂହ ନାଥ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର, ଉପ-ସଭାପତି ବିଧୁ ଶେଖର ତ୍ରିପାଠୀ, ଯୁଗ୍ମ ସମ୍ପାଦକ ଅନୀଲ ଜ୍ୟୋତି ଚନ୍ଦ୍ର ଦୀନବନ୍ଧୁ ଓ କୋଷାଧ୍ୟକ୍ଷ ବାଲାଜୀ ପ୍ରସାଦ ମିଶ୍ର ଯୋଗଦେଇଥିଲେ। ସଂଘ ର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଏହି ବୈଠକରେ ଆଲୋଚନା ହୋଇଥିଲା । ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More