ନବରଙ୍ଗପୁର ଜିଲ୍ଲାସ୍ତରୀୟ ଏଣ୍ଟି କରପ୍ସନ ଫାଉଣ୍ଡେସନ ଅଫ ଇଣ୍ଡିଆ”ର ସଚେତନତା ଅଭିଯାନ ଆରମ୍ଭ

26

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲା କୋଷାଗୁମଡ଼ା ଠାରେ ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଏଣ୍ଟି କରପସନ ଅଫ ଇଣ୍ଡିଆ ଦୁର୍ନୀତି ବିରୋଧରେ ସଚେତନତା ଅଭିଯାନ ଆରମ୍ଭ ହୋଇଯାଇଛି।କୋଷାଗୁମଡା ସଭାପତି ପୂର୍ଣ୍ଣ ମିର୍ଗାନ୍ ଙ୍କ ଦ୍ୱାରା ଆୟୋଜନ କରାଯାଇ ଥିବାବେଳେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲା ଏଣ୍ଟି କରପସନ ଜିଲା ସଭାପତି ପ୍ରଦୀପ କୁମାର ଟାକ୍ରୀ ଯୋଗ ଦେଇ ପଞ୍ଚାୟତ, ବ୍ଲକ ଓ ଜିଲା ସ୍ତରରେ କିଭଳି ଦୁର୍ନୀତି ହେଉଛି,ତାକୁ କିଭଳି ଜନ ସଚେତନତା ମାଧ୍ୟମ ରେ ସଚେତନ କରିବାକୁ ହେବ ,ବିଶେଷ ଭାବରେ ମହିଳା ମାନଙ୍କୁ, ଯୁବସମାଜକୁ ସଚେତନ କରିବାକୁ ନବରଙ୍ଗପୁର ଜିଲାର ୧୦ଟି ବ୍ଲକରେ ଦୁର୍ନୀତି ବିରୋଧରେ ସଚେତନତା କରିବାକୁ ବ୍ଲକ,ତହସିଲ,ଥାନା ଅଧିକାରୀ ମାନଙ୍କୁ ନିମତ୍ରଣ କରିବାକୁ କହିଥିଲେ।ଅତିଥି ଭାବରେ ନବରଙ୍ଗପୁର ଜିଲା ଏଣ୍ଟି କରପସନ ନିର୍ଦ୍ଦେଶକ ଦେବେନ୍ଦ୍ର ଜଗରନାଥ ନାୟକ ଯୋଗ ଦେଇ ଥିଲେ। ଓଡ଼ିଶା ସରକାରଙ୍କ ୫ ଟି ମାଧ୍ୟମରେ ଟୁଇଟ ଯୋଗେ କିଭଳି ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ କରିହେବ।ପଞ୍ଚାୟତ, ବ୍ଲକ,ଜିଲା ସ୍ତରୀୟ ପି ଆଇ ଓ ମାନଙ୍କ ଦ୍ୱାରା ରାଇଟ-ଟୁ-ଇନଫରମେସନ ମାଗି ହେବ।ସହଜରେ କିଭଳି ଲୋକ ସଚେତନ ହେବେ, ଏହାକୁ ଚାର୍ଟ ମାଧ୍ୟମରେ ସଂପୂର୍ଣ୍ଣ ବିବରଣୀ ଉପସ୍ଥାପନ କରିଥିଲେ ।ଜିଲା ସଭାପତି ଲକ୍ମୀ ଚନ୍ଦ୍ର ଟାକ୍ରୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ,ପୋଲିସ, ବ୍ଲକ, ତହସିଲ,ଭିଜିଲାନ୍ସ ବିଭାଗ, ସାମ୍ୱାଦିକ ମାନଙ୍କ ସହିତ ଉତ୍ତମ ସଂପର୍କ ରଖିବାକୁ ୧୦ ଟି ବ୍ଲକର କର୍ମକର୍ତ୍ତା ମାନଙ୍କୁ ବୁଝାଇ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲା ଉପ-ସଭାପତି ହିମାଂଶୁ ଶେଖର ବାଘ,ସମ୍ପାଦକ ସିମିୟନ ବେପାରୀ, ଡାବୁଗାଁ ସଭାପତି ନିରଞ୍ଜନ ହିଆଲ,ତେନ୍ତୁଳିଖୁଣ୍ଟି ସଭାପତି ଭୋଳା ବାଘ,ନନ୍ଦାହାଣ୍ଡି ସଭାପତି ପ୍ରଶାନ୍ତ ଖୁରା,ମଧୁ ହରିଜନ,ଇଶ୍ୱର ନାୟକ,ସୁଧୀର ସୁନା,ସମେତ ୧୦ ଟି ବ୍ଲକ ର କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ,ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More