ନବରଙ୍ଗପୁର(ସଂଘର୍ଷ ମିଡିଆ) ; ନବରଙ୍ଗପୁର ଜିଲ୍ଲା ରେ ସ୍ଥିରୀକୃତ ହୋଇଥିବା ଦୁଇ ଆକାଂକ୍ଷୀ ବ୍ଲକ ଡାବୁଗାଁ ଓ ତେନ୍ତୁଳୀଖୁଣ୍ଟି ରେ ଗତକାଲି ଠାରୁ ସଂକଳ୍ପ ସପ୍ତାହ ଆରମ୍ଭ ହୋଇଛି। ଆକାଂକ୍ଷୀ ବ୍ଲକ ଡାବୁଗାଁର ୯ ଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେ ଗତକାଲି ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଥିଲା।ରାବଣାଗୁଡା ଓ ମେଦନା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଛି। ଏଥିରେ ଗର୍ଭବତୀ ମାଁ ଓ ପ୍ରସୂତି ମାଁ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା,ରକ୍ତ ପରୀକ୍ଷା ସହ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ସମ୍ପର୍କ ରେ ଅବଗତ କରାଯାଇଥିଲା।ଏଥି ସହ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ସମ୍ପର୍କ ରେ ସଚେତନତା ସୃଷ୍ଟି କରାଯାଇଥଲା। ପିଏମ ଟିବି ମୁକ୍ତ ଭାରତ ଅଭିଯାନରେ ଡାବୁଗାଁ ବ୍ଲକର ୧୦ ଜଣ ଟିgostiବି ରୋଗୀଙ୍କୁ ପୋଷ୍ୟ ରୂପେ ଗ୍ରହଣ କରି ନିକ୍ଷୟ ମିତ୍ର ରୂପେ କାର୍ଯ୍ୟ କରୁଥିବା ସ୍ବେଛାସେବୀ ଅନୁଷ୍ଠାନ କ୍ୟାରାମର ଅଧ୍ୟକ୍ଷ ଡାଃ ଜୀବନ ଦିକ୍ଷିତ ଙ୍କୁ ସଂକଳ୍ପ ସପ୍ତାହ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଟିବି ମୁକ୍ତ ଭାରତ ଗଠନ ସଂପର୍କରେ ସଚେତନତା ସୃଷ୍ଟି ପାଇଁ ଏକ ଶୋଭାଯାତ୍ରା ରାଲିରେ ଗ୍ରାମକୁ ଟିବି ମୁକ୍ତ କରିବା ପାଇଁ ଗ୍ରାମବାସୀ ଙ୍କୁ ସଚେତନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଡି ପି ସି ଆର ମନୋଜ କୁମାର, ଆର୍ ଏମ୍ ଏନ୍ ସି ଏଚ୍ କନସୋଲଟାଣ୍ଟ ଅଜିତ ସାହୁ ଓ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡଃ ସୁବାସିଶ ସାହୁ, ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ପିତବାସ ଗାହାଣ, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପୁଷ୍ପାଞ୍ଜଳି ସାମଲ,ସ୍ୱାସ୍ଥ୍ୟ ପରିଦର୍ଶକ ମାନସ ରଞ୍ଜନ ସାହୁ, ବି ଡି ଏମ୍ ରଞ୍ଜନ ମହାନ୍ତି, ଏନ୍ ସି ଡି କାଉନସିଲର ସୁଶିଲ ମୋହନ କର୍କରା,ଏନ୍ ସି ଡି ଡି ଇ ଓ ଅର୍ଚନା ପଣ୍ଡା, ରାବଣାଗୁଡା ଡଃ ସତ୍ୟବ୍ରତ ବାରିକ,ଫାର୍ମାସୀଷ୍ଟ ଓମ୍ ପ୍ରକାଶ ଗୁପ୍ତା, ସ୍ୱାସ୍ଥ୍ୟ କର୍ମୀ (ପୁରୁଷ) ସୁବାସ ମାଣ୍ଡୋଇ,ମେଦେନା ଡଃ ଟି ଶିବା, ଫାର୍ମାସୀଷ୍ଟ ମହମ୍ମଦ ନାଜିରୁଦିନ ହକ୍ ସ୍ୱାସ୍ଥ୍ୟକର୍ମୀ(ପୁରୁଷ) ମନୋଜ କୁମାର ବେହେରା ଓ ସ୍ୱାସ୍ଥ୍ୟ କର୍ମୀ (ମହିଳା)ମଞ୍ଜୁଲତା ସାହୁ ପ୍ରମୂଖ ଉପସ୍ଥିତ ଥିଲେ।ଉକ୍ତ କାର୍ଯ୍ୟକ୍ରମ ତା ୩ରୁ ୯ ରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟାଳୟରେ ଚାଲୁ ରହିବ ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l
Get real time updates directly on you device, subscribe now.
Next Post