ନବରଙ୍ଗପୁର ଜିଲ୍ଲାରେ ୭୬ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ

14

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : ନବରଙ୍ଗପୁର ଜିଲ୍ଲାରେ ମହା ସମାରୋହରେ ପାଳିତ ହୋଇଯାଇଛି ୭୬ ତମ ସ୍ୱାଧୀନତା ଦିବସ । ସ୍ଥାନୀୟ ପୋଲିସ ରିଜର୍ଭ ପଡିଆରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଲୋକପ୍ରିୟ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ପତାକା ଉତ୍ତୋଳନ କରିଥିଲେ । ଚଳିତ ବର୍ଷ ପ୍ୟାରେଡ଼କୁ ବାଦ ଦିଆଯାଇଥିବା ବେଳେ ପୋଲିସ ବିଭାଗ ତରଫରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏହାସହ କରୋନା କଟକଣା ମଧ୍ୟରେ କାର୍ଯ୍ୟକ୍ରମ କୁ ସୀମିତ ରଖାଯାଇଥିଲା । ନିଜ ଅଭିଭାଷଣ ରେ ଜିଲ୍ଲାପାଳ ସ୍ଵାଧୀନତା ସଂଗ୍ରାମରେ ନବରଙ୍ଗପୁର ଜିଲ୍ଲା ର ଭୂମିକା ବିଷୟରେ ସ୍ମୃତି ଚାରଣ କରିବା ସହିତ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମିମାନଙ୍କ ବଳିଦାନ କୁ ପ୍ରଶଂସା କରିଥିଲେ । ଏହାସହ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ମୁନୁସିପାଲିଟି ଓ ସ୍ୱାସ୍ଥ୍ୟ ବିଭାଗ ର ୨୧ ଜଣ କୋରନା ଯୋଦ୍ଧା ଙ୍କୁ ସମ୍ମାନିତ କରାଯାଇ ଥିବାବେଳେ ବହୁ ସାହାସିକତା କାର୍ଯ୍ୟ କରିଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ ପୁରସ୍କ୍ରୁତ କରାଯାଇଥିଲା । ସାମାଜିକ କ୍ଷେତ୍ରରେ ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ଙ୍କୁ ପୁରସ୍କୃତ କରାଯାଇଥିଲା । କରୋନା କଟକଣା ପାଇଁ କାର୍ଯ୍ୟକ୍ରମ କୁ ସୀମିତ ରଖାଯାଇଥିଲା । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More