ନବରଙ୍ଗପୁର ଜିଲ୍ଲାରେ ଲକ୍ଷ୍ମୀ ବସର ଶୁଭାରମ୍ଭ , ଆଜି ଗଡିବ ସମସ୍ତ ପଞ୍ଚାୟତକୁ ଲକ୍ଷ୍ମୀ ବସ୍

46

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଘରେ ଘରେ ଲକ୍ଷ୍ମୀ ବସର ଭର୍ଚୁଆଲ ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାରେ ଶୁଭାରମ୍ଭ ହୋଇଯାଇଛି l ପ୍ରଥମ ପର୍ଯ୍ୟୟରେ ୪୨ ଗୋଟି ଲକ୍ଷ୍ମୀ ବସର ଶୁଭାରମ୍ଭ ହୋଇଛି l ଲକ୍ଷ୍ମୀ ଯୋଜନାର ପ୍ରମୁଖ ବୈଶିଷ୍ଟ୍ୟ ହେଲା ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସୁନିଶ୍ଚିତ ବସ ସଂଯୋଗ କରି ଜନସାଧାରଣଙ୍କୁ ଯୋଗାଯୋଗ ବ୍ୟବସ୍ଥା କରାଇବା, ସୁଲଭ ଓ ନିର୍ଭରଯୋଗ୍ୟ ସେବା, ମହିଳା ଓ ଛାତ୍ର ଛାତ୍ରୀ ଏବଂ ସ୍ଥାନୀୟ ସମ୍ପ୍ରଦାୟଙ୍କୁ ସଶକ୍ତ କରଣ କରିବା, ପର୍ଯ୍ୟଟନ ଏବଂ ଆଞ୍ଚଳିକ ଅର୍ଥ ବ୍ୟବସ୍ଥା କୁ ପ୍ରୋତ୍ସାହନ କରିବା, ଯାତ୍ରୀ ଏବଂ ସଡ଼କ ସୁରକ୍ଷାକୁ ଗୁରୁତ୍ଵ ଦେବା, ସ୍ଵଛ ଏବଂ ବୈଷୟିକ ଜ୍ଞାନକୌଶଳ ଦ୍ଵାରା ପରିଚାଳିତ ସାଧାରଣ ପରିବହନ ଓ ମହିଳା ମାନଙ୍କୁ ପଞ୍ଚାୟତରୁ ବ୍ଲକକୁ ଯିବା ଆସିବା ପାଇଁ ମାତ୍ର ୫ଟଙ୍କା କରାଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିଲେ ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ,ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ,ନବରଙ୍ଗପୁର ବିଧାୟକ ଶଦାଶିବ ପ୍ରଧାନୀ,ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ରମାଝୀ, ଏସ୍ ଡି ସି ଚେୟାରମ୍ୟାନ ଉପେନ୍ଦ୍ର ଗଣ୍ଡ, ଉଷା ପାଢୀ , ଜିଲ୍ଲାପାଳ ଡ଼ଃ କମଳଲୋଚନ ମିଶ୍ର ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ବୟାଳିଶ ଟି ବସ୍ ରୁ ଡାବୁଗାଁ କୁ ତିନିଟି ମୋ ବସ ଆସି ଥିବା ଦେଖା ଯାଇଛି l ଜିଲ୍ଲାର ସମସ୍ତ ବ୍ଳକ ହେଡ କ୍ୱାଟରକୁ ମୋ ବସ୍ ଯୋଗାଇ ଦିଆଯାଇଥିବା ବେଳେ ବିଭିନ୍ନ ପଞ୍ଚାୟତ କୁ ମୋ ବସ୍ ଆଜି ଗଡି ଜନସାଧାରଣଙ୍କୁ ଯୋଗଯୋଗର ସେବା ଯୋଗାଇ ଦେବ l ନବରଙ୍ଗପୁର ଜିଲ୍ଳାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More