ନବରଙ୍ଗପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବାର ଶୁଭାରମ୍ଭ

24

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : – ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଜିଲ୍ଲା ରେ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା l ଆଧୁନିକ ଚିକିତ୍ସା କ୍ଷେତ୍ର ରେ ପଛୁଆ ଜିଲ୍ଲା ର ସାଧାରଣ ଲୋକଙ୍କ ପାଇଁ ଉନ୍ନତ ସେବା ଯୋଗାଇ ଦେବ ସରକାର ଙ୍କ ଏହି ଯୋଜନା l ଜିଲ୍ଲା ସ୍ୱାସ୍ଥ୍ୟ ସେବା କ୍ଷେତ୍ର ରେ ମାଇଲ ଖୁଣ୍ଟ ଆଜି ରାଜ୍ୟ ସରକାର ଙ୍କ ଯୁଗାନ୍ତକାରୀ ପଦକ୍ଷେପ lଏହି ଯୋଜନା ଦ୍ୱାରା ମେଡିକାଲ କଲେଜ ର ବରିଷ୍ଠ ବିଶେଷଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ସୁପର ସ୍ପେସିଆଲିଟି ସ୍ୱାସ୍ଥ୍ୟ ସେବା ଏବେ ଉପାନ୍ତ ଜିଲ୍ଲାରେ ଉପଲବ୍ଧ ହୋଇ ପାରିବ l ଚଳିତ ଏପ୍ରିଲ 15 ଓ 16 ତାରିଖ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ସ୍ୱାସ୍ଥ୍ୟ ଶିବିର ରେ ଗ୍ୟାଷ୍ଟ୍ରୋଣ୍ଟ୍ରୋଲୋଜି, ୟୁରୋଲୋଜି, କାର୍ଡିଓଲୋଜି ଓ ଲାପ୍ରସ୍କୋପିକ ସର୍ଜରୀ ଇତ୍ୟାଦି ବିଭାଗ ର ହେବ ସ୍ୱତନ୍ତ୍ର ଚିକିତ୍ସା l ଏଥିପ୍ରତି ଜିଲ୍ଲା ର କୋଣ ଅନୁକୋଣ ରୁ ବିଭିନ୍ନ ରୋଗୀ ଆସି ମୁଖ୍ୟ ଚିକିତ୍ସାଳୟ ଠାରେ ନିଜ ନିଜର ନାମ ପଞ୍ଜିକରଣ କରିଥିଲେ l ରାଜ୍ୟ ର ମୁଖ୍ୟ ମୁଖ୍ୟ ବିଶେଷଜ୍ଞ ଡାକ୍ତର ଙ୍କୁ ନେଇ ଏକ ଟିମ ଭୁବନେଶ୍ୱର ରୁ ହେଲିକପ୍ଟର ଯୋଗେ ଆଜି ନବରଙ୍ଗପୁର ରେ ପହଞ୍ଚି ଛନ୍ତି l ଏଠାରେ ପହଂଚିବା ପରେ ପୂର୍ବରୁ ପଞ୍ଜିକୃତ ହୋଇଥିବା ରୋଗୀ ଙ୍କ ଦୁରାରୋଗ୍ୟ ଚିକିତ୍ସା କରିବେ l ଆଜିର ଏହି ବିଶେଷଜ୍ଞ ଟିମ ରେ ୟୁରୋଲୋଜି ବିଭାଗ ର ପ୍ରଫେସର ଡ଼ା. ଦତ୍ତାଶ୍ୱେର ହୋତା, ଗ୍ୟାଷ୍ଟରୋଲୋଜି ପ୍ରଫେସର ଡ଼ା. ଚିତ୍ତରଞ୍ଜନ ପଣ୍ଡା, କାଡିଓଲୋଜି ପ୍ରଫେସର ଡ଼ା. ବିଶ୍ୱଜିତ ଦାସ, ପ୍ରଫେସର ଡ଼ା. ବନବିହାରୀ ମିଶ୍ର, ଡ଼ା. ଖଗେଶ୍ୱର ରାଉତ ପ୍ରମୁଖ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପହଞ୍ଚି ରୋଗୀଙ୍କ ଅସ୍ତ୍ରପୋଚାର କରିବା ସହ କିଛି ରୋଗୀଙ୍କ ଚିକିତ୍ସା ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି l ଏଥି ସକାଶେ ଦୁଇ ଦିନ ପୂର୍ବରୁ ମୋଟ 170 ଜଣ ରୋଗୀଙ୍କ ନାମ ପଞ୍ଜିକରଣ ହୋଇଥିବା ସୂଚନା ମିଳିଛି l ଆଜିର ଏହି ଚିକିତ୍ସା ଶିବିର ରେ ନ୍ୟୁରୋଲୋଜି ରେ 17, କାରଡିଓଲୋଜି ରେ 54, ୟୁରୋଲୋଜି ରେ 34, ଗ୍ୟାସ୍ଟରୋଲୋଜି ରେ 40 ଓ ଅନ୍ୟାନ୍ୟ 40 ଜଣ ପଞ୍ଜିକରଣ କରିଥିବାର ସୂଚନା ମିଳିଛି l ଉନ୍ନତ ସେବା ନପାଇ ଦିନେ ମୃତ୍ୟୁ ମୁଖରେ ପଡୁଥିବା ଲୋକେ ଆଜି ହାତ ପାଆନ୍ତା ରେ ବିଶେଷଜ୍ଞ ଙ୍କ ସେବା ପାଇ ବେଶ ଖୁସି l ଯାହାକୁ ନେଇ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଜଣାଇଛନ୍ତି ରୋଗୀ l
ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More