ନବରଙ୍ଗପୁର(ସଂଘର୍ଷ ମିଡିଆ) :- ନବରଙ୍ଗପୁର ଜିଲ୍ଲା ର ନନ୍ଦାହାଣ୍ଡି ବ୍ଲକ ଖଡ଼ିଆଗୁଡା ଗ୍ରାମରେ ବ୍ୟାପିଛି ଝାଡା ବାନ୍ତି । ଗତ ୪ ଦିନ ଧରି ନନ୍ଦାହାଣ୍ଡି ବ୍ଲକ ଖଡ଼ିଆଗୁଡା ଗ୍ରାମରେ ଝାଡ଼ାବାନ୍ତି ବ୍ୟାପୁଛି । ଗତ ଦୁଇ ଦିନ ପୂର୍ବରୁ ଗ୍ରାମର ଥବିର ମାଝୀ ନାମକ ଜଣେ ବ୍ୟକ୍ତି ଦୁଇ ଦିନ ପୂର୍ବରୁ ଆକ୍ରାନ୍ତ ହୋଇ ନନ୍ଦାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେବା ପାଇଁ ଭର୍ତି ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଥବିର ଙ୍କ ମୃତ୍ୟୁ ହୋଇଥିଲା । ସେହିଭଳି ଗ୍ରାମର ଅନ୍ୟ ୧୬ ଜଣ ଝାଡ଼ାବାନ୍ତି ରେ ଆକ୍ରାନ୍ତ ହୋଇଥିଲେ । ଖବର ପାଇ ଗ୍ରାମକୁ ମେଡିକାଲ ଟିମ ପହଞ୍ଚି ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆକ୍ରାନ୍ତ ଙ୍କୁ ଚିହ୍ନଟ କରି ମେଡିକାଲ ସ୍ଥାନାନ୍ତର କରୁଛନ୍ତି । ଏଥିସହ ଗ୍ରାମରେ ବିଶୋଧନ ସିଞ୍ଚନ କରି ଲୋକଙ୍କୁ ପାଣି ଫୁଟାଇ ପିଇବା ପାଇଁ ସ୍ୱାସ୍ତ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଉଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ତିକ୍ଷଣ ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ । ଲୋକଙ୍କ ନମୁନା ଓ ପାଣିର ନମୁନା ସଂଗ୍ରହ କରି ପରିକ୍ଷା ପାଇଁ ପଠାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି । ୧୬ ଆକ୍ରାନ୍ତଙ୍କ ମଧ୍ୟରୁ ଗୁରୁତର ୪ ଜଣଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଅପରିଷ୍କାର ଟାଙ୍କି ପାଣି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସନ୍ଦେହ କରି ,ପାଣି ଟାଙ୍କି ସଫା ନହେବା ପର୍ଯ୍ୟନ୍ତ ପାଣିକୁ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି।ଆକ୍ରାନ୍ତ ମାନେ ବିଳମ୍ବରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯାଉଥିବା ଯୋଗୁଁ ଗୁରୁତରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବୋଲି ମଧ୍ୟ ଡାକ୍ତର ପ୍ରକାଶ କରିଛନ୍ତି । ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।