ନବରଙ୍ଗପୁର(ସଂଘର୍ଷ ମିଡିଆ ) : – ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ବସ ଷ୍ଟାଣ୍ଡ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ପାପଡାହାଣ୍ଡି ବ୍ଲକ ସଦର ମହକୁମା ରାସ୍ତାର ଦୁଇ ପାର୍ଶ୍ଵ ନିଜର ପରିବେଶକୁ ସରସ ସୁନ୍ଦର ଏବଂ ସ୍ୱଚ୍ଛ ରଖିବା ଦିଗରେ ସମସ୍ତେ ସଚେତନତା ପୂର୍ବକ ଯତ୍ନବାନ ହେବା ଉଦେଶ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସଫେଇ କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ପୌର ପାଳିକା ଅଧ୍ୟକ୍ଷ କୁନୁ ନାୟକ, ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର , ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ପ୍ରକଳ୍ପ ନିର୍ଦ୍ଦେଶକ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ରତ୍ନାକର ସାହୁ, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଭିମନ୍ୟୁ ମାଝୀ, ଜିଲ୍ଲା ଜରୁରକାଳୀନ ଅଧିକାରୀ ମୌସୁମୀ ନାୟକ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜରୁୀକାଳୀନ ହିମାଂଶୁ ଶେଖର ପଟ୍ଟନାୟକ, ଜିଲ୍ଲା ସ୍ୱଚ୍ଛ ପରାମର୍ଶ ଦାତା ଶୁଭଶ୍ରୀ ଜେନା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାପଡାହାଣ୍ଡି ରଞ୍ଜିତା ମଲ୍ଲିକ, ପାପଡା ହାଣ୍ଡି ବ୍ଲକ ଅଧ୍ୟକ୍ଷା ହେମଲତା ମାଝୀ, , ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା , ଖବର ଦାତା, ସ୍ବେଛାସେବୀ, ନବରଙ୍ଗପୁର ବସ ଷ୍ଟାଣ୍ଡ ର ବିଜୟ କୁମାର ରଥ ଙ୍କ ସହିତ ବସ ଷ୍ଟାଣ୍ଡ ର ସମସ୍ତ କର୍ମକର୍ତ୍ତା, ସମସ୍ତ ସରକାରୀ କର୍ମକର୍ତ୍ତା, ପୌର ପରିଷଦର ସମସ୍ତ କର୍ମଚାରୀ, ସଫେଇ କର୍ମଚାରୀ, ବ୍ୟବସାୟୀ ସଂଘର ସଭାପତି ସୁଶିଲ ଜୈନ, ତହସିଲଦାର ରବୀନ୍ଦ୍ର ରାଉତ ,ବରିଷ୍ଠ ନାଗରିକ,ଓଡିଶା ରାଜସ୍ବ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ, ରାଜସ୍ବ ଅମଲା ସଂଘର ଜିଲ୍ଲା ସମ୍ପାଦକ ତ୍ରିଲୋଚନ ନାୟକଙ୍କ ସହିତ ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ସ ନିଉଜ୍।