ନବରଙ୍ଗପୁର ଜିଲ୍ଲାରେ ପ୍ରତିଷ୍ଠା ହେବ ଇଥାନଲ ପ୍ଲାଣ୍ଟ

35

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ ) : -ପୂର୍ବତନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଉଦ୍ୟମରେ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚପିସିଏଲ) ଦ୍ୱାରା ନବରଙ୍ଗପୁର ଜିଲାରେ ଇଥାନ୍‍ଲ ପ୍ଲାଣ୍ଟ ନିର୍ମାଣ କରାଯିବ। ୫୦୦ କୋଟି ବ୍ୟୟରେ ହେବାକୁ ଥିବା ଏହି ପ୍ଲାଣ୍ଟ ନିର୍ମାଣ ପାଇଁ ରାଜ୍ୟସରକାର ଅନୁମୋଦନ କରିଛନ୍ତି। ଏହି ପ୍ଲାଣ୍ଟରେ ଅତିକମରେ ୨୪୦ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସହିତ ଜିଲାର ଚାଷୀମାନେ ସିଧାସଳଖ ଉପକୃତ ହେବେ। ଏହି ପ୍ଲାଣ୍ଟ ନିର୍ମାଣ ପାଇଁ ପଦକ୍ଷେପ ନେଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଜିଲା ବିଜେପି ପକ୍ଷରୁ ଗଭୀର କୃତଞତା ଞାପନ କରାଯାଇଛି। ଏହି ଅବସରରେ ଜିଲା ବିଜେପି କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା।ଏଥିରେ ଜିଲା ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଆଦିବାସୀ ଅଧ୍ୟୁସିତ, ପଛୁଆ ଓ ଶିଳ୍ପ ବିହୀନ ନବରଙ୍ଗପୁର ଜିଲାରେ ଇଥାନଲ ପ୍ଲାଣ୍ଟ ପାଇଁ ଘୋଷଣା କରିଛନ୍ତି। ଏହା ଦ୍ୱାରା ଜିଲାର ଆର୍ଥୀକ ବିକାଶରେ ଏହା ସହାୟକ ହୋଇପାରିବ ବୋଲି କହିବା ସହ ସେ ଜିଲା ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ରାଜ୍ୟ ବିଜେପି ଆଦିବାସୀ ମୋର୍ଚ୍ଚା ସଭାପତି ତଥା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ନବରଙ୍ଗପୁର ଜିଲାରେ ସରକାରୀ ଭାବେ ୬୦,୫୫୪ ହେକ୍ଟରରେ ଓ ବେସରକାରୀ ୮୦ ହଜାର ହେକ୍ଟରେ ଜମିରେ ମକା ଚାଷ କରାଯାଉଛି। ମକାଚାଷ ପାଇଁ ଏହି ଜିଲା ସୁନାମ ଅର୍ଜନ କରିଛି। ବିଭିନ୍ନ ଦଳ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ପାଳନ କରିନାହାନ୍ତି। ଗତ ୨୦୧୯ ନିର୍ବାଚନପ୍ରଚାରରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଜିଲାରେ ଇଥାନ୍‍ଲ ପ୍ଲାଣ୍ଟ ପାଇଁ ଦେଇଥିବା ପ୍ରତିଶୃତି ପାଳନ କରିଛନ୍ତି। ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ପରେ ଜିଲାର ମକା ଚାଷୀଙ୍କର ସମସ୍ୟା ରହିବ ନାହିଁ। ମକା ବିକ୍ରି କରି ଉଚିତ ମୂଲ୍ୟ ପାଇପାରିବେ। ଏହି ପ୍ଲାଣ୍ଟ ବିଭିନ୍ନ କାର୍ଯ୍ୟରେ ଲାଗିବ। ସ୍ୱଚ୍ଛ ଇନ୍ଧନ ସହ ପେଟ୍ରୋଲ ଓ ଡିଜେଲର ବିକଳ୍ପ ହେବ। ମକା ସମେତ ଆଖୁ ଓ ଧାନରୁ ଇଥାନଲ ବାହାରିବ। ଏହି ପ୍ଲା୍‍ଣ୍ଟ ହେବା ଦ୍ୱାରା ଜିଲାବାସୀଙ୍କର ବହୁଦିନର ସ୍ୱପ୍ନ ସାକାର ହୋଇଛି ବୋଲି କହିଥିଲେ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଏହି ଜିଲା କୃଷି ପ୍ରଧାନ ହୋଇଥିବାବେଳେ ଏଠାରେ ଧାନ ସମେତ ମକା ଓ ଆଖୁ ଚାଷ ପ୍ରଚୁର ପରିମାଣରେ କରାଯାଉଛି। ନବରଙ୍ଗପୁର ସମେତ ବାଲେଶ୍ୱର ଓ ଅନୁଗୁଳରେ ଇଥାନଲ ପ୍ଲାଣ୍ଟ କରାଯିବାକୁ ଘୋଷଣା କରାଯାଇଛି । ଏହିଜିଲାର କୃଷି ଉତ୍ପାଦିତ ଦ୍ରବ୍ୟର ସଠିକ ବିନିଯୋଗ ହୋଇ ପାରିବ। ଏଠାରେ ଏକ ଚିନି କଳ ପ୍ରତିଷ୍ଠା ର ଆବଶ୍ୟକତା ରହିଥିବା କହିବା ସହ ସେ କେନ୍ଦ୍ରମନ୍ତ୍ରୀଙ୍କୁ କୃତଞତା ଜଣାଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୈାରୀଶଙ୍କର ମାଝୀ ଜିଲାରେ ବହୁଦିନର ଦାବିକୁ କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରଧାନ ପୂରଣ କରିଛନ୍ତି। କେନ୍ଦ୍ର ବିଜେପି ସରକାର କୃଷି ଓ କୃଷକର ବିକାଶ ପାଇଁ ଉଦ୍ୟମ କରୁଛି। ତେବେ ଏହିପ୍ଲାଣ୍ଟ ଦ୍ୱାରା ଜିଲାର ସମସ୍ତବର୍ଗର ଚାଷୀମାନେ ଉପକୃତ ହେବେ। ଏହିଜିଲା ପ୍ରତି ସ୍ୱତନ୍ତ୍ରଦୃଷ୍ଟି ରଖିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରଧାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଅନ୍ୟମାନଙ୍କର ମଧ୍ୟରେ ଜିଲା କୃଷକ ମୋର୍ଚ୍ଚା ସଭାପତି ଅରୁଣ ପୂଜାରୀ, ଜିଲା ପଛୁଆବର୍ଗ ସଭାପତି ଦୈତାରୀ ମାଝୀ ଓ ଶୁଭମ୍‍ ଚୈାଧୂରୀ ପ୍ରମୂଖ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More