ସିବିଏସସି ଦଶମ ବୋର୍ଡ ପରୀକ୍ଷା : ନବରଙ୍ଗପୁର ଜିଲ୍ଲାରେ ଦ୍ବିତୀୟ ସ୍ଥାନ ହାସଲ କଲେ ଡାବୁଗାଁ ଆଦର୍ଶ ବିଦ୍ୟାଳୟ ଛାତ୍ରୀ ଅର୍ପିତା

17

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ଚଳିତ ବର୍ଷ ସିବିଏସସି ଦଶମ ବୋର୍ଡ ପରୀକ୍ଷାରେ ଡାବୁଗାଁ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଅର୍ପିତା ତ୍ରିପାଠୀ 97.2 ପ୍ରତିଶତ ନମ୍ବର ରଖୁ ନବରଙ୍ଗପୁର ଜିଲ୍ଲାରେ ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ କୋଷାଗୁମୁଡ଼ା ଆଦର୍ଶ ବିଦ୍ୟାଳୟର ଛାତ୍ର ଚିରଞ୍ଜିବୀ ପରିଡା 97.8 ପ୍ରତିଶତ ରଖି ନବରଙ୍ଗପୁର ଜିଲ୍ଲାରେ ଟପ୍ପର ହୋଇ ଜିଲ୍ଲାର ଟେକ ରଖିଛନ୍ତି l ଅର୍ପିତା ତ୍ରିପାଠୀ ସର୍ବମୋଟ 500 ନମ୍ବରରୁ 486 ନମ୍ବର ରଖି ଜିଲ୍ଲା ଓ ବ୍ଳକ ପାଇଁ ଗର୍ବ ଓ ଗୌରବ ଆଣିପାରିଛନ୍ତି l ଅର୍ପିତାଙ୍କ ବାପା ଡାବୁଗାଁ ବ୍ଲକରେ ଏବିଡିଓ ଭାବେ କାର୍ଯ୍ୟ କରୁଥିବା ବେଳେ ଆଗକୁ ଝିଅ ଅର୍ପିତା ଜଣେ ପ୍ରଶାସନିକ ଅଧିକାରୀ (ଆଇ ଏ ଏସ୍)ହେବାର ଲକ୍ଷ ରଖିଥିବା କହିଛନ୍ତି l ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ ଡାବୁଗାଁ ଆଦର୍ଶ ବିଦ୍ୟାଳୟରେ 70 ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ 66 ଜଣ କୃତକାର୍ଯ୍ୟ ହୋଇଛନ୍ତି l 94 ପ୍ରତିଶତ ଛାତ୍ର ଛାତ୍ରୀ ପାସ କରିଥିବା ବେଳେ ଚଳିତ ବର୍ଷ ଅର୍ପିତା ତ୍ରିପାଠୀ 97.2 ପ୍ରତିଶତ ନମ୍ବର ରଖି ଡାବୁଗାଁ ଆଦର୍ଶ ବିଦ୍ୟାଳୟର ସର୍ବକାଳୀନ ଟପ୍ପର ଛାତ୍ରୀ ହୋଇଛନ୍ତି l 92.6 ପ୍ରତିଶତ ନମ୍ବର ରଖି ସାଶ୍ୱତ ସାମନ୍ତରାୟ ଦ୍ବିତୀୟ ସ୍ଥାନ ମେଘରାଣୀ ବିଶୋଇ ଓ ଦିବ୍ୟ ରଞ୍ଜନ ମିଶ୍ର ଯୁଗ୍ମ ଭାବେ 882 ପ୍ରତିଶତ ନମ୍ବର ରଖି ଡାବୁଗାଁ ଆଦର୍ଶ ବିଦ୍ୟାଳୟ ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ସେହିପରି 80 ରୁ 90 ପ୍ରତିଶତ ମନ୍ଧ୍ୟରେ 11 ଜଣ ଛାତ୍ର ଛାତ୍ରୀ, 60 ରୁ 80 ପ୍ରତିଶତ ମନ୍ଧ୍ୟରେ 23 ଜଣ ଛାତ୍ର ଛାତ୍ରୀ, 50 ରୁ 60 ପ୍ରତିଶତ ମନ୍ଧ୍ୟରେ 14 ଜଣ ଛାତ୍ର ଛାତ୍ରୀ ତଥା 50 ପ୍ରତିଶତ ମନ୍ଧ୍ୟରେ 16 ଜଣ ଛାତ୍ର ଛାତ୍ରୀ ଚଳିତ ସିବି ଏସ୍ ସି ଦଶମ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଉକ୍ତ ବିଦ୍ୟାଳୟ ର ନାମ ଟେକ ରଖିଛନ୍ତି l କୃତୀ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଉଜ୍ୱଳମୟ ହେଉ ବୋଲି ଡାବୁଗାଁବାସୀ ଓ ବୁଦ୍ଧିଜିବୀ ମାନେ ଆଶୀର୍ବାଦ ପ୍ରଦାନ କରିଛନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More