ନବରଙ୍ଗପୁର ଜିଲ୍ଲାରେ ଦୋଳପୂର୍ଣ୍ଣିମାରେ ହୋଲିପୋଡ଼ା ଉତ୍ସବ ପାଳିତ

108

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲାରେ ଆଦିବାସୀ ପରମ୍ପରାରେ ଦୋଳ ପୂର୍ଣିମାରେ ହୋଲି ପୋଡ଼ା ଏକ ପାରମ୍ପାରିକ ପର୍ବ ରୂପେ ପାଳନ କରାଯାଇଥାଏ l ଏଇ ପୂର୍ଣିମା ଦିନରେ ଗ୍ରାମର ପ୍ରତ୍ୟେକଙ୍କ ଘରୁ କାଠ ଖଣ୍ଡିଏ ଲେଖା ହୋଲି ପୋଡ଼ା ପଡ଼ିଆକୁ ଆଣି ଥାଆନ୍ତି l ପ୍ରତ୍ୟେକ ଘରୁ ଆସିଥିବା କାଠ ଗୁଡିକୁ ଏକାଠି ଗଦା କରାଯାଇ ପାରମ୍ପାରିକ ପଦ୍ଧତି ଅନୁସାରେ ଅଗ୍ନି ସଂଯୋଗ କରି ପୋଡ଼ି ଦିଆଯିବାକୁ ହୋଲି ପୋଡ଼ା ପର୍ବ ପାଳନ କରିଥାନ୍ତି l ଏଥିପାଇଁ ଉକ୍ତ ପଡିଆରେ ବହୁ ଉଠା ଦୋକାନୀ ମାନଙ୍କ ଭିଡ ପରିଲକ୍ଷିତ ହୋଇଥିବା ବେଳେ ରାତ୍ରି ମନୋରଞ୍ଜନ ନିମନ୍ତେ ଲୋକ ମାନଙ୍କ ପାଇଁ ଦେଶୀଆ ନାଟ୍ୟ ପ୍ରଦର୍ଶନ କରାଯାଇ ଥାଏ l ନାଟ ଦେଖିବା ପାଇଁ ଦୂର ଦୁରାନ୍ତ ଗ୍ରାମରୁ ଲୋକେ ଏଠାକୁ ଆସି ନାଟ ଦେଖି ଥାଆନ୍ତି l ପ୍ରବଳ ଭିଡ ପରିଲକ୍ଷିତ ହୋଇଥାଏ l ଗ୍ରାମର ପୂଜାରୀ ମାନେ ଉକ୍ତ ହୋଲି ପୋଡ଼ା ପାଉଁଶକୁ ପ୍ରତ୍ୟେକଙ୍କ ଘରେ ପହଞ୍ଚାଇ ଘରେ କୌଣସି ବିପତ୍ତି ନପଡ଼ୁ ବୋଲି ଦେଇ ଥାଆନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More