ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ୱ ଉପ ବିଭାଗର ସେକ୍ସନ ଅଫିସର ପି ହରିଙ୍କ ଚାକିରିରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା

27

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମସ୍ତ ପଦାଧିକାରୀ ଏବଂ କର୍ମଚାରୀଙ୍କ ତରଫରୁ ରାଜସ୍ୱ ଉପ ବିଭାଗର ସେକ୍ସନ ଅଫିସର ପତିୟାଡୁ ହରି ଙ୍କୁ ସରକାରୀ ସେବା କାର୍ଯ୍ୟରୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶ୍ରୀ ହରି ତା ୨୮.୧୦.୮୫ ତାରିଖରେ ଅବିଭକ୍ତ କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକ ଅଫିସ ରେ କନିସ୍ତକିରାଣି ରୁ ଚାକିରି ଆରମ୍ଭ କରି ଦୀର୍ଘ ୩୬ ବର୍ଷ ଛଅ ମାସ ସରକାରୀ ଚାକିରୀ କଲାପରେ ଆଜି ୩୦.୦୪. ୨୦୨୨ ତାରିଖରେ ସରକାରୀ ସେବା କାର୍ଯ୍ୟରୁ ଅଵସର ଗ୍ରହଣ କରିଛନ୍ତି । ଶ୍ରୀ ହରି ଚାକିରୀ କାର୍ଯ୍ୟ ସମୟରେ ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି,, ପାପଡାହାଣ୍ଡି, ଏବଂ ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗରେ କାମ କରି ପରିଶେଷରେ ଜିଲ୍ଲା କର୍ଜ୍ୟାଲୟ୍ ରେ ସେକ୍ସନ ଅଫିସର ଭାବରେ କାର୍ଯ୍ୟରତ ଥିଲେ । ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କ ଅଧ୍ୟକ୍ଷତାରେ ହୋଇଥିବା ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ କାର୍ଯ୍ୟାଳୟରେ ଶ୍ରୀ ହରିଙ୍କ କାର୍ଯ୍ୟଶୈଳୀ, କାର୍ଯ୍ୟଦକ୍ଷତା, ଅମାୟିକ ବନ୍ଧୁତା, ଏବଂ ସମସ୍ତଙ୍କ ପ୍ରତି ଥିବା ତାଙ୍କର ନିଷ୍ଠାପର ସହଯୋଗ କୁ ମନେ ପକାଇ ଶ୍ରଦ୍ଧାର ସହିତ କୃତଜ୍ଞତା ଜ୍ଞାପନ କରିବା ସହିତ ପ୍ରୋଭିଜିନାଲ ପେନସନ ମଧ୍ୟ ପ୍ରଦାନ କରିଥିଲେ। ଏତଦ୍ ବ୍ୟତୀତ ସଭାରେ ଉପସ୍ଥିତ ଥିବା ସମସ୍ତ ଅଧିକାରୀ, ସହକର୍ମୀ ବୃନ୍ଦ ଶ୍ରୀ ହରିଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରି, ପରିବାର ସହ ଅବସର କାଳୀନ ବାକି ସମୟ ଶୁଭଙ୍କର ହେଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା ଜଣାଇଥିଲେ । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି ଜିଲ୍ଲାପାଳ, ନିର୍ମଳ ନାୟକ, ମୌସୁମୀ ନାୟକ,ଅନାମିକା ପାଣ୍ଡେ, ସୁବ୍ରତ ବେହେରା,ସହକାରୀ ଜିଲ୍ଲାପାଳ, ବାବୁଲାଲ ସାମଲ, ଜିଲ୍ଲା ମଙ୍ଗଳ ଅଧିକାରୀ, ସ୍ମୁତିରଞ୍ଜନ ସାମନ୍ତରାୟ, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ, ସ୍ବର୍ଣ୍ଣାଲତା ବିଶ୍ୱାସ, ଜିଲ୍ଲା କ୍ରୀଡା ଅଧିକାରୀ, ମହେନ୍ଦ୍ର ସାହୁ, ଜିଲ୍ଲା ଜାତୀୟ ସୂଚନା ଏବଂ ପ୍ରଜ୍ୟୁକ୍ତି ବିଜ୍ଞାନ ଅଧିକାରୀ, ବିଶ୍ୱ ରଞ୍ଜନ ଭୁକ୍ତା, ଏ.ସୁରେଶ, ବିଜୟ ସାହୁ, ଜିତେନ୍ଦ୍ର ଚୌଧୁରୀ, ସଂଯୁକ୍ତା ସାହୁ, ସୁବାଷ ସାହୁ, ରେଖା ବାଘ, ଯୋଛନା ଚୌଧୁରୀ, କବିତା ବ୍ରହ୍ମା, ଦୁର୍ଗମାଧବ ପଣ୍ଡା,ରାମ ଚନ୍ଦ୍ର ରଘୁ ମଣ୍ଡଳ, ସଞ୍ଜୀବ ପଣ୍ଡା,ଦିବାକର ପଟନାୟକ, ମୋବିନା ସୁଲତାନା, ହର୍ଷା ଜୈନ, ସୁନିଲ ଦାସ, ସନ୍ଦୀପ ନାୟକ,କୁସ୍ମିତା ଦୀପ, ମୋବିନା ସୁଲତାନା, ଧନପତି ନାୟକ,ବିଶ୍ୱଜିତ ମହାନ୍ତି, ଚିତରଂଜନ ପାତ୍ର ,ଅକ୍ଷୟ ପାଲ, ରିନା ରାଣୀ ପାତ୍ର, ସରୋଜିନ ଦାସ, ତ୍ରିଲୋଚନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More