ନବରଙ୍ଗପୁର ଜିଲ୍ଲାପଲଙ୍କ କାର୍ଯ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ବିରୋଧରେ ଇସି ମେମ୍ବରଙ୍କ ମେଳି

83

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ଇସି ମେମ୍ବର ମାନଙ୍କୁ ରାଜ୍ୟ ସରକାରଙ୍କ ଅଣଦେଖା ଅଭିଯୋଗ । ସମସ୍ତଙ୍କ ପାଇଁ ଘୋଷଣା କଲେ ହେଲେ ଆମ କଥା ଭୁଲିଗଲେ ବୋଲି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ବିରୋଧରେ ମେଳି କରିଛନ୍ତି । ନବରଙ୍ଗପୁର ଜିଲ୍ଲାର ୧୦ ଟି ବ୍ଲକର ସମସ୍ତ ପଞ୍ଚାୟତରେ ମିଶନ ଶକ୍ତି ଅଧୀନରେ ଥିବା ସଭାପତି, ସମ୍ପାଦକ ଏବଂ ଇସି ମେମ୍ବରମାନେ। ଆଗାମୀ ଦିନରେ ସରକାରଙ୍କ ବିରୋଧରେ ହୋ ହାଲ୍ଲା କରିବେ ବୋଲି କହିଛନ୍ତି । ଏମାନଙ୍କ କଥାକୁ ବିଚାର କରି ସ୍ଥାୟିତ୍ୱ ପ୍ରଦାନ ନକଲେ ଏବଂ ପାରିଶ୍ରମିକ ପନ୍ଦର ହଜାର ଟଙ୍କା ନଦେଲେ ,ଏମାନେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହା କେବଳ ମିଶନ ଶକ୍ତି ସଭାପତି, ସମ୍ପାଦକ, ଇସି ମେମ୍ବର ମାନଙ୍କ ବିବାଦ ନୁହଁ….ରାଜ୍ୟ ସରକାରଙ୍କ ଭୋଟ୍ ବ୍ୟାଙ୍କ କୁହାଯାଉଥିବା ମିଶନ ଶକ୍ତିରେ ପକ୍ଷପାତିତା ହେଉଥିବା ଅଭିଯୋଗ । ରାଜ୍ୟ ସରକାର କାହାକୁ ମେଞ୍ଚାଏ ତ ଆଉ କାହାକୁ କେଞ୍ଚାଏ ଦେଉଛନ୍ତି ତ ଆଉ ପୁଣି କାହାକୁ ମୂଳରୁ ଟଙ୍କାଟିଏ ମିଳୁନାହିଁ ବୋଲି ପ୍ରତିବାଦକାରୀ କହିଛନ୍ତି ମିଶନଶକ୍ତି ମା ମାନେ । ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ପୁର୍ବରୁ ରାଜ୍ୟର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ସି.ଆର.ପି, ଏମ.ବି.କେ, ବ୍ୟାଙ୍କ ମିତ୍ରମାନଙ୍କୁ ରାଜ୍ୟ ସରକାର ଦରମା ବା ଅଧିବେଶନ ଖର୍ଚ୍ଚ ବଢ଼ାଇ ଏକ ପ୍ରକାର ଖୁସି କରି ଦେଇଥିବା ବେଳେ ଏମାନଙ୍କ ପଦବୀ ସୃଷ୍ଟି ପଛରେ ରହିଥିବା ଏକଜେକ୍ୟୁଟିଭ କମିଟିର ମେମ୍ବର ବା ଇ.ସି ମେମ୍ବରକୁ ଅଣଦେଖା କରାଯାଇଥିବା ଅଭିଯୋଗ କରିଛନ୍ତି।ଆଜିକୁ ପ୍ରାୟ ଦୁଇତିନି ବର୍ଷହେବ ଇସି ମେମ୍ବର ମନେ “ମାସିକ ମାତ୍ର ୧୫୦୦ ଟଙ୍କା ପାରିଶ୍ରମିକରେ ବର୍ଷ ବର୍ଷ ହେବ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରାଇବା ଦିଗରେ କାମ କରିଆସୁଛି । ଖରା, ବର୍ଷା, ଶୀତ ସବୁ ସମୟରେ ଏହି ଇସି ମେମ୍ବରମାନେ ହିଁ ମହିଳାମାନଙ୍କ ପାଇଁ ଆସୁଥିବା ସରକାରୀ ସାହାଯ୍ୟ ସୁବିଧା ଉପରେ ଆଲୋଚନା କରି ମିଶନ ଶକ୍ତିର ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହୋଇଥାନ୍ତି । ତେବେ ଏହି ଇସି ମେମ୍ବରମାନଙ୍କ ପ୍ରତି ସରକାର ବୈମାତୃକ ମନୋଭାବ ପୋଷଣ କରି କେବଳ ଏମବିକେ, ସିଆରପି, ବ୍ୟାଙ୍କ ମିତ୍ରମାନଙ୍କ ଦରମା ବୃଦ୍ଧି କରିଛନ୍ତି । ଏହାକୁ ବିରୋଧକରି ନବରଙ୍ଗପୁର ଜିଲ୍ଲା ସହ ସମଗ୍ର ରାଜ୍ୟରେ ପ୍ରତିବାଦ କରିଛନ୍ତି ମିଶନ ଶକ୍ତିର ମା ମାନେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More